କୋଟଗଡ଼ରେ ପୁଣି ବ୍ୟାନର ଲଗାଇଲେ ମାଓବାଦୀ

କୋଟଗଡ଼,୧୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ମାଦାଗୁଡ଼ା ଛକରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ ଏକ ଗଛରେ ଏହି ବ୍ୟାନନ ମାରି ସେପ୍ଟେମ୍ବର ୧୩ ତାରିଖକୁ ସ୍ବାଧୀନ ସଂଗ୍ରାମୀ ଦିବସ ଓ ରାଜନୈତିକ ବନ୍ଦିମୁକ୍ତି ଦିବସ ଭାବେ ପାଳନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।
ତେବେ କୋଟଗଡ଼ ବ୍ଲକରେ ବାରମ୍ବାର ମାଓବାଦୀ ପୋଷ୍ଟର ବ୍ୟାନର ଲଗାଯାଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଉଅଛି।

Share