ମାଲକାନଗିରି,୮।୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ବଟେର ଗ୍ରାମରୁ ଶନିବାର ରାତିରେ ୫ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ। ମାଓବାଦୀମାନେ ସୋମବାର ୫ଜଣଙ୍କୁ ଛାଡିଦେଇଛନ୍ତି। ଫଳରେ ଅପହୃତ ୫ ଗ୍ରାମବାସୀ ନିଜ ଘରକୁ ଫେରିଛନ୍ତି। ପୋଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡିଛି।