ମୋବାଇଲ ଟାଓ୍ବାରରେ ନିଆଁ ଲଗାଇଦେଲେ ମାଓବାଦୀ

ମାଲକାନଗିରି,୩୧ା୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଅଞ୍ଚଳରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଛତିଶଗଡ଼ର କୋଣ୍ଡାଙ୍ଗାବ ଜିଲାରେ ଥିବା ଏକ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡ଼ିିଦେଇଛନ୍ତି । ବୟନାର ଥାନା ଅନ୍ତର୍ଗତ ଚେରଙ୍ଗ ଗ୍ରାମରେ ଏହି ମୋବାଇଲ ଟାୱାର ଥିଲା। ଟାଓ୍ବାର ପୋଡି ଯୋଗୁ ଆଖପାଖ ଅଞ୍ଚଳରେ ନେଟ୍‌ୱର୍କ ସମସ୍ୟା ଦେଖାଦେଇଛି । ଗୁରୁବାର ବିଳମ୍ବିତ ରାତିରେ ବହୁ ସଂଖ୍ୟକ ସଶସ୍ତ୍ର ମାଓବାଦୀ ଚେରଙ୍ଗ ଗ୍ରାମରେ ପହଞ୍ଚତ୍ ଗ୍ରାମରେ ଥିବା ମୋବାଇଲ ଟାୱାରର କଣ୍ଟ୍ରୋଲ ୟୁନିଟ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ବୟନାର ଏରିଆ କମିଟି ମାଓବାଦୀ ସଙ୍ଗଠନ ପକ୍ଷରୁ କରାଯାଇଥିବା ସେମାନେ ଛାଡି ଯାଇଥିବା ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ ରହିଛି।

Share