ରାଇଘର, ୨୪।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଧୀନ ହାଟଭରଣ୍ଡି ଓ କୁନ୍ଦେଇ ରାସ୍ତାରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ୟାନରରେ ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜଣେ ଡାକ୍ତର ଓ ଜଣେ କିରାଣି ଗର୍ଭବତୀ ମହିଳାଙ୍କଠାରୁ ଲାଞ୍ଚ ନେଉଛନ୍ତି। ଏହା ବନ୍ଦ ନ କଲେ ପ୍ରଜା କୋର୍ଟରେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ମାଓବାଦୀ ବ୍ୟାନର ମୈନପୁର ଡିଭିଜନର ସୀତାନଦୀ ଏରିଆ କମିଟି ଲଗାଇଥିବା ଜଣାପଡ଼ିଛି।