ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ବୋମା

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏକ ବଡ଼ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି। ଫଳରେ ଅଳ୍ପଳେ ବର୍ତ୍ତି ଯାଇଛନ୍ତି ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ୫ କିଲୋ ଓଜନର ପ୍ରେସର କୁକର ବୋମା ଖଞ୍ଜିଥିଲେ। ୧୬୫ ସିଆରପିଏଫ୍‌ ବାଟାଲିୟନର ଯବାନମାନେ ପାମମଲାର ବାଙ୍ଗେଲି ନିକଟରେ ନିର୍ମାଣାଧୀନ ଏକ ପୋଲକୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ଏହି ବୋମାକୁ ଠାବ କରିଥିଲେ। ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାରୁ ଏକ ବଡ଼ ଧରଣର ବିପଦ ଟଳିଯାଇଛି।

Share