ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ କଠୋରଦଣ୍ଡ ଦେଲେ

ମାଲକାନଗିରି,୨୫ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ତଥା ନଡକେଲ ଗ୍ରାମ ନିବାସୀ ସୁକଡାଲ କଶ୍ୟପ(ସୁୁକ୍କୁ)।

ମାଓବାଦୀ ଭୈରମଗଡ଼ ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରିକରି ଏହି ସୂଚନା ଦିଆଯାଇଛି। ସୁୁକ୍କୁ ୨୦୧୮ରେ ମାଓବାଦୀ ସଙ୍ଗଠନ ଛାଡ଼ି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ସେ ସଙ୍ଗଠନ ଛାଡ଼ିବା ସହ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଓ ଲୁଟ ଆଦି ଘଟଣାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Share