
ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ କଳାହାଣ୍ଡି ଏମ୍ପି ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ସ୍ତମ୍ଭକାର ତଥା ବକ୍ତା ଅଭିରାମ ବିଶାଳ ମୁଖ୍ୟବକ୍ତା ଓ କ୍ରୀଡାବିତ ସରୋଜ କୁମାର ସାହୁ, କବୟିତ୍ରୀ ପ୍ରମିଳା ଶର୍ମା, ଜିଲା ପରିଷଦ ପୁଷ୍ପାଞ୍ଜଳି ଗୁଆଳ, ଆଶା ଜୈନ, ଖଡ଼ିଆଳ ଏନ୍ଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ଖରିଆର ରୋଡ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ବୋଡ଼େନ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମସିଲା ନାଗ, ଜିଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ୨୧୬ ବାଟାଲିୟନ ସିଆର୍ପିଏଫ୍ କମାଣ୍ଡାଣ୍ଟ ଏରିକ ଗିଲବଟ ଯୋଷ, ଜିଲା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ l ଅତିଥିମାନଙ୍କ ଦ୍ୱାରା ନୂଆପଡା ଦର୍ପଣ ପତ୍ରିକା ଉନ୍ମୋଚନ କରାଯାଇଥିଲା। ପରେ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଧୁରୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।