Categories: ଜାତୀୟ

ଅନଶନ ଭାଙ୍ଗିଲେ ମରାଠା ସଂରକ୍ଷଣ ଆନ୍ଦୋଳନ ନେତା

ମ୍ବମ୍ବାଇ, ୨୭।୨: ମରାଠା ସମୁଦାୟର ଲୋକଙ୍କୁ ଓବିସି ବର୍ଗରେ ସାମିଲ ଦାବି ନେଇ ଆନ୍ଦୋଳନରେ ବସିଥିବା ମନୋଜ ଜରାଙ୍ଗେ ପାଟିଲ୍‌ ୧୭ ଦିନ ପରେ ଅନଶନରୁ ଓହରି ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। କୁନ୍‌ବୀ ଜାତି ପ୍ରମାଣପତ୍ର ଥିବା ପରିବାରର ବିସ୍ଥାପିତ ସଦସ୍ୟମାନଙ୍କୁ ରାଜ୍ୟ ସରକାର ସମ୍ପୃକ୍ତ ପ୍ରମାଣ ପତ୍ର ଯୋଗାଇବା ପର୍ଯ୍ୟନ୍ତ ତାଙ୍କର ଆନ୍ଦୋଳନ ଜାରି ରହିବ ବୋଲି ମନୋଜ କହିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଉଭୟ ମହାରାଷ୍ଟ୍ର ବିଧାନସଭା ଓ ବିଧାନ ପରିଷଦରେ ଶିକ୍ଷା ଏବଂ ସରକାରୀ ଚାକିରିରେ ମରାଠା ସମୁଦାୟକୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବା ନେଇ ବିଲ୍‌ ସର୍ବସମ୍ମତିକ୍ରମେ ପାସ୍‌ ହୋଇଥିଲା।

Share