ଫ୍ଲାଟ୍‌ରୁ ମିଳିଲା ମରାଠୀ ଅଭିନେତାଙ୍କ ମୃତଦେହ, ଦୁର୍ଗନ୍ଧ ହେବା ପରେ…

ପୁଣେ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ପୁଣେର ଅମ୍ବି ଅଞ୍ଚଳରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ଦୁଇରୁ ତିନି ଦିନ ପୂର୍ବରୁ ହୋଇଥିବା ପୋଲିସ ଅନୁମାନ କରୁଛି।

ରବିନ୍ଦ୍ର କିଛି ମାସ ଧରି ଉକ୍ତ ଫ୍ଲାଟରେ ଏକୁଟିଆ ରହୁଥିଲେ। ହେଲେ ଶୁକ୍ରବାର ସକାଳୁ ତାଙ୍କ ଘରୁ ଦୁର୍ଗନ୍ଧ ବାହାରିଥିଲା। ଏହାପରେ ପଡୋଶୀମାନେ ପୋଲିସକୁ ଏ ସଙ୍କ୍ରାନ୍ତରେ ଖବର ଦେଇଥିଲେ। ପୋଲିସ କବାଟ ଭାଙ୍ଗି ଫ୍ଲାଟରେ ପଶିଥିଲା। ହେଲେ ସେଠାରେ ଅଭିନେତାଙ୍କ ମୃତଦେହ ମିଳିଥିଲା। ସମସ୍ତ ପରିସ୍ଥିତିକୁ ଦେଖିବା ପରେ ପୋଲିସ ତାଙ୍କ ମୃତ୍ୟୁ ତିନି ଦିନ ପୂର୍ବରୁ ହୋଇଥିବା ଅନୁମାନ କରୁଛି।

ଅଭିନେତା ରବିନ୍ଦ୍ର ମହାଜନୀଙ୍କ ମୃତ୍ୟୁ ସିନେମାଜଗତ ଏବଂ ତାଙ୍କ ପରିବାର ଲାଗି ବିରାଟ ଝଟ୍‌କା ପାଲଟିଛି। ସେ ଟେଲି ଧାରାବାହିକ ‘ଇମଲି’ରେ କାମ କରିଥିବା ଗଶମିର ମହାଜନୀଙ୍କ ବାପା ଥିଲେ। ରବିନ୍ଦ୍ର ମରାଠୀ ସହ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ମରାଠୀ ଫିଲ୍ମଜଗତର ବିନୋଦ ଖାନ୍ନା କୁହାଯାଉଥିଲା।

Share