ଆତ୍ମହତ୍ୟା କଲେ ପୁଣି ଜଣେ ଲୋକପ୍ରିୟ ଅଭିନେତା

ମରାଠୀ ଅଭିନେତା ଆଶୁତୋଷ ଭାକରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ନାନ୍ଦେଡରେ ଥିବା ତାଙ୍କ ଘରେ ଆଶୁତୋଷ ଫାଶୀ ଦେଇତବବା ସୂଚନା ମିଳିଛି। ପୋଲିସର ସୂଚନାନୁସାରେ, ଆଶୁତୋଷଙ୍କ ମୃତଦେହ ନନ୍ଦେଡରେ ଥିବା ତାଙ୍କ ବଙ୍ଗଳାରେ ଝୂଲୁଥିବା ଦେଖିବାକୁ ମିଳିଥିଲା। ଏକ ମାସ ପୂର୍ବରୁ ଆଶୁତୋଷ ନାନ୍ଦେଡକୁ ଆସିଥିଲେ। ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଆଶୁତୋଷଙ୍କ ମୃତ୍ୟୁକୁ ନେଇ ସହିତ ଶୋକର ଲହରୀ ଖେଳିଯାଇଛି। ସେ ହଠାତ୍‌ ଆତ୍ମହତ୍ୟା କରିବାକୁ ନେଇ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଶୁତୋଷ କାହିଁକି ଏତେ ବଡ ପଦକ୍ଷେପ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଶୁତୋଷ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ମୟୂରୀ ଦେଶମୁଖଙ୍କ ସ୍ବାମୀ ଥିଲେ। ୨୦୧୬ଜାନୁୟାରୀ ୨୧ରେ ମୟୂରୀ ଏବଂ ଆଶୁତୋଷ ବିବାହ କରିଥିଲେ। ଉଭୟଙ୍କ ବନ୍ଧନ ବେଶ୍‌ ଥିଲା। ନନ୍ଦେଡାର ଗଣେଶ ନାଗର ଅଞ୍ଚଳରେ ତାଙ୍କର ଏକ ବଙ୍ଗଳା ଥିଲା। କିଛି ଦିନ ପୂର୍ବରୁ ଦୁହେଁ ନିଜ ଘରକୁ ଆସିଥିଲେ। ଆଶୁତୋଷ ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଇଚାର୍‌ ଥର୍ଲା ପାକ୍କା ନାମକ ଏକ ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ରଟି ହିଟ୍‌ ହୋିଥିଲା। ମୟୂର ମଧ୍ୟ ମରାଠୀ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ସିରିଏଲ ଖୁଲଟା କାଲି ଖୁଲେନା ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ।
ସୂଚନାଯୋଗ୍ୟ, ନିକଟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନାହିଁ। ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ପୋଲିସ ତଦନ୍ତୁ କରୁଛି।

Share