ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ଓଡିଆ ଏହି ମାନ୍ୟତା ପାଇଥିବା ବେଳେ ବର୍ତମାନ ଭାରତୀୟ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ସଂଖ୍ୟା ୧୧ ରେ ପହଞ୍ଚିଛି।