Categories: ଖେଳ

କେ ଏଲ୍‌ ରାହୁଲଙ୍କୁ ଆଖି ଦେଖାଇଲେ ଦକ୍ଷିଣ ଆଫ୍ରିକା ବୋଲର୍‌, ମିଳିଲା କଡ଼ା ଜବାବ

ସେଞ୍ଚୁରିଅନ୍‌,୨୭।୧୨: ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲେ। ତେବେ ଲୋକେଶ ରାହୁଲ ୭୦ରନ୍‌ରେ ଅପରାଜିତ ରହି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଗୋଟିଏ ପଟେ ସେ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ସାମ୍ନା କରିଥିବା ବେଳେ ସେମାନଙ୍କର ସ୍ଲେଜିଂର ମଧ୍ୟ ଚତୁରତାର ସହ ଜବାବ ଦେଇଥିଲେ।
ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର୍‌ ମାର୍କୋ ୟାନସେନ୍‌ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲେ। ତାଙ୍କୁ ଉଇକେଟ ମିଳୁ ନ ଥିବାରୁ ସେ ନିରାଶ ହୋଇଥିଲେ। ଏହି ସମୟରେ ସେ ରାହୁଲଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିଲେ। ଚା’ ବିରତି ପୂର୍ବରୁ ୟାନସେନ  ବୋଲିଂ କରୁଥିଲେ। ରାହୁଲ ତାଙ୍କର ଏକ ବଲ୍‌କୁ ବହୁତ ଭଲ ଭାବେ ଡିଫେନ୍ସ କରିଥିଲେ। ଏହା ଉପରେ ବୋଲର୍‌ ଚିଡ଼ି ଯାଇ ଆକ୍ରମଣାତ୍ମକ ମନୋଭାବ ଦେଖାଇ ରାହୁଲଙ୍କୁ କିଛି କହିଥିଲେ। ରାହୁଲ ଜବାବରେ ତାଙ୍କୁ ଚାହିଁ ହସି ଦେଇଥିଲେ। ଏହାର କିଛି ଫଟୋ ଏବେ ଭାଇରାଲ ହେଉଛି।
ଦେଖନ୍ତୁ:

Share