ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପନର ୱିଲ ପୁକୋଭସ୍କି ଓ ମାର୍କସ ହାରିସ ଏହି ରେକର୍ଡ ଭାଙ୍ଗିଛନ୍ତି। ଦୁହେଁ ପ୍ରଥମ ଉଇକେଟ ପାଇଁ ୪୮୬ ରନର ଭାଗିଦାରୀ କରି ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ୧୯୯୦ରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଷ୍ଟିଭ ୱ’କ ଓ ମାର୍କ ୱ’ ୪୬୪ ରନର ରେକର୍ଡ ଭାଗିଦାରୀ କରିଥିଲେ। ପୁକୋଭସ୍କି ୩୮୬ ବଲରେ ୨୫୫ ରନ କରି ଅପରାଜିତ ଥିଲେ। ସେହିପରି ହାରିସ ୩୯୯ ବଲରେ ୨୩୯ ରନ କରି ଆଉଟ ହୋଇଥିଲେ।