Categories: ଖେଳ

ମାକ୍ସଓ୍ବେଲ ୧୪୭ରନ୍‌ର ରେକର୍ଡ ଭାଙ୍ଗିବା ପରେ ଏଭଳି କହିଲେ ଷ୍ଟୋଇନିସ୍‌, ଭିଡିଓ ଦେଖିଲେ…

ମେଲବୋର୍ନ,୨୦।୧: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ବିସ୍ଫୋରକ ବ୍ୟାଟିଂ ବ୍ୟତୀତ କ୍ରିକେଟ ପଡ଼ିଆରେ ନିଜର ଚତୁର ଆଚରଣ ପାଇଁ ଜଣାଶୁଣା। ଚଳିତ ବିଗ୍‌ ବାଶ ଲିଗ୍‌(ବିବିଏଲ୍‌)ରେ ଷ୍ଟୋଇନିସ ଗ୍ଲେନ୍‌ ମାକ୍ସଓ୍ବେଲ୍‌ଙ୍କ ରେକର୍ଡ ଭାଙ୍ଗିଥିଲେ। ବୁଧବାର ହୋବାର୍ଟ ହରିକେନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ମାକ୍ସଓ୍ବେଲ ମାତ୍ର ୬୪ ବଲ୍‌ରେ ୧୫୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଏହା ବିବିଏଲ୍‌ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ କରିଥିଲା। ପୂର୍ବରୁ ୨୦୨୦ ଜାନୁୟାରୀରେ ସିଡନୀ ସିକ୍ସର୍ସ ବିପକ୍ଷରେ ୭୯ ବଲ୍‌ରେ ଷ୍ଟୋଇନିସ୍‌ ଅପରାଜିତ ୧୪୭ ରନ୍‌ କରିଥିଲେ।

ମ୍ୟାଚ୍‌ ପରେ ଷ୍ଟୋଇନିସଙ୍କୁ ମାକ୍ସଓ୍ବେଲଙ୍କ ଭଳି ଖେଳାଯାଇଥିବା ଇନିଂସ ଭଳି କିଛି ଦେଖିଛନ୍ତି କି ବୋଲି ପଚରାଯାଇଥିଲା। ଏହାର ମଜାଳିଆ ଜବାବ ଦେଇ ଷ୍ଟୋଇନିସ କହିଥିଲେ, ମୁଁ ମୋ ଜୀବନରେ ଥରେ ଏଭଳି କିଛି ଦେଖିଛି, ମୁଁ ମୋର ଇନିଂସ ରିପ୍ଲେ ଦେଖିଛି।’ଏହା ଶୁଣି ପାଖରେ ଛିଡ଼ା ହୋଇଥିବା ମାକ୍ସଓ୍ବେଲ ହସିବାରେ ଲାଗିଥିଲେ। ପରେ ମ୍ୟାଚ୍‌ ପରବର୍ତ୍ତୀ ସାକ୍ଷାତକାରରେ ପୂର୍ବତନ ଭେଟେରାନ୍‌ କ୍ରିକେଟର ରିକି ପଣ୍ଟିଂ ମଧ୍ୟ ହସ ରୋକିପାରି ନ ଥିଲେ।

ଦେଖନ୍ତୁ ଭିଡିଓ:

Share