Categories: ଜାତୀୟ

ହାରିବା ପରେ ବିରୋଧିଙ୍କ ଉପରେ ହିଁ ବର୍ଷିଲେ ମାର୍ଗାରେଟ

ନୂଆଦିଲ୍ଲୀ,୭ ।୮: ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଶନିବାର ଘୋଷଣା ହେବା ପରେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥି ମାର୍ଗାରେଟ ଆଲଭା ନିଜ ସହଯୋଗୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ବିରୋଧୀ ଦଳଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)ର ସମର୍ଥନ କରିଛନ୍ତି ଯାହା ତାଙ୍କୁ କଷ୍ଟ ଦେଇଛି । ହେଲେ ଏହା ପୂର୍ବରୁ ସେ ଏନଡିଏର ଜଗଦୀପ ଧନକରଙ୍କୁ ବିଜୟୀ ହେବାର ଶୁଭେଚ୍ଛା ଜଣାଇଛନ୍ତି ।
ଟୁଇଟ କରି ଆଲଭା କହିଛନ୍ତି, ଶ୍ରୀ ଧନକରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ଶୁଭେଚ୍ଛା । ଏହି ନିର୍ବାଚନ ବିରୋଧୀଙ୍କ ସହ ଏକାଠି ମିଶି କାମ କରିବା, ଅତୀତକୁ ପଛରେ ପକାଇ ପରସ୍ପର ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାର ଅବସର । ଦୁର୍ଭାଗ୍ୟପୂର୍ଣ୍ଣ କି କିଛି ବିରୋଧୀ ଦଳ ପ୍ରତ୍ୟେକ୍ଷ ଅବା ପରୋକ୍ଷ ଭାବେ ଭାଜପାକୁ ସମର୍ଥନ ଦେବାର ବିକଳ୍ପ ବାଛି ନେଇଥିଲେ, ଯାହା ଏକଜୁଟ ବିରୋଧୀଙ୍କ ବିଚାରକୁ ଲାଇନଚ୍ୟୁତ କରିଥିଦେଲା । ସେ ଆହୁରି ମଧ୍ୟ କହିଛନ୍ତି ବିରୋଧୀଙ୍କ ଭାଜପାକୁ ସମର୍ଥନ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇଲା ।

Share