ଭୁବନେଶ୍ୱର,୯।୪(ବ୍ୟୁରୋ) : ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ପାଣି ନିଲାମ କରାଯାଇଛି। ବଡୁ ନିଯୋଗ ପକ୍ଷରୁ କରାଯାଇଥିବା ଏହି ନିଲାମର ପ୍ରଥମ ଗରା ପାଣିକୁ ଭୁବନେଶ୍ୱର ୟୁନିଟ-୫ ପ୍ରଗତିବିହାର ଅଞ୍ଚଳର ସୁନନ୍ଦା ପ୍ରଧାନ ୧ଲକ୍ଷ ୩୦ହଜାର ଟଙ୍କାରେ କିଣିଥିଲେ। ସେହିପରି ଦ୍ୱିତୀୟ ଗରା ପାଣିକୁ ସରକନ୍ତରା ଅଞ୍ଚଳର ଲିପିନା ସାହୁ ୪୭ହଜାର ଟଙ୍କାରେ କିଣିଥିଲେ। ସୂଚନାଥାଉ କି, ଏହି ପାଣିରେ ନିଷ୍ଠାର ସହ ସ୍ନାନ କରି ଲିଙ୍ଗରାଜଙ୍କୁ ଦର୍ଶନ କଲେ ନିଃସନ୍ତାନ ମହିଳାମାନେ ସନ୍ତାନ ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଥିବା ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି।