ସାମୁଦ୍ରିକ ପ୍ରଳୟ

ବାଦଲ ଭୂୟାଁ

 

ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍‌ବେଗର କାରଣ ହେଲାଣି। ବାୟୁମଣ୍ଡଳରେ ଗ୍ରୀନ୍‌ ହାଉସ ଗ୍ୟାସ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଓ ତାପମାତ୍ରା ବୃଦ୍ଧି ପାଉଛି । ଧୂଳିକଣା, ଅଙ୍ଗାରକଣିକା ପରି ବ୍ଲାକ କାର୍ବନ ‘ଏରୋସୋଲ୍‌’ର ପରିମାଣ ବୃଦ୍ଧି ମଧ୍ୟ ତାପମାତ୍ରା ବଢ଼ାଉଛି । ଦକ୍ଷିଣ ଏସିଆର ଉଚ୍ଚ ଆକାଶରେ ଯେଉଁ ଧୂସର ମେଘ ବ୍ରାଉନ୍‌ କ୍ଲାଉଡ୍‌ ଦେଖାଦେଇଛି ତା’ ଏହି ଏରୋସୋଲ୍‌ କଣିକା। ହିମାଳୟ ପର୍ବତମାଳାର ବରଫାବୃତ୍ତ ଶୃଙ୍ଗ ଉପରେ ଏହି ବ୍ଲାକ କାର୍ବନ ଜମିବା ଫଳରେ ତାପମାତ୍ରା ବଢ଼ି ବରଫ ତରଳିବାରେ ଲାଗିଛି।
୨୦୦୯ ଡିସେମ୍ବରରେ କୋପେନ୍‌ହାଗେନ୍‌ଠାରେ ଜାତିସଂଘ ତରଫରୁ ବସିଥିବା ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍‌ ଶିଳ୍ପ ବିକାଶଧାରାର ଉତ୍ତାପଠାରୁ ୨୦ ସେଣ୍ଟିଗ୍ରେଡ୍‌ ତାପମାତ୍ରା ତଳକୁ ଖସାଇ ରଖିବାକୁ ପଡ଼ିବ । ପୃଥିବୀର ତାପମାତ୍ରା ବଢ଼ି ଭୂ-ପୃଷ୍ଠକୁ ଉତ୍ତପ୍ତ କରିବା ସଙ୍ଗେ ସଙ୍ଗେ ସମୁଦ୍ରକୁ ବି ଉତ୍ତପ୍ତ କରୁଛି । ସମୁଦ୍ର ଜଳଭଣ୍ଡାର ସଂପ୍ରସାରିତ ହୋଇ ଜଳପତନ ବଢ଼ୁଛି । ଉତ୍ତରମେରୁ ଆର୍କଟିକ୍‌ ଓ ଦକ୍ଷିଣମେରୁ ଆଣ୍ଟାର୍କଟିକାରେ ରହିଛି ପରସ୍ତ ପରସ୍ତ ବରଫର ଦିଗନ୍ତବିସ୍ତାରୀ ଶୁଭ୍ର ଆବରଣ । ଆଣ୍ଟାର୍କଟିକ୍‌ ମହାସାଗର ଦକ୍ଷିଣ ପଶ୍ଚିମକୁ ରହିଛି ବରଫାବୃତ୍ତର ଗ୍ରୀନ୍‌ଲାଣ୍ଡ ଦ୍ୱୀପ। ସମଗ୍ର ପୃଥିବୀର ଶତକଡ଼ା ୯୦ ଭାଗ ବରଫ ରହିଛି ଏହି ମେରୁ ଅଞ୍ଚଳରେ। ଆଉ ଶତକଡ଼ା ୧୦ ଭାଗ ବରଫ ରହିଛି ପୃଥିବୀର ବିଭିନ୍ନ ଦେଶର ଗ୍ଲାସିଅର୍‌ଗୁଡ଼ିକରେ। ଉତ୍ତରମେରୁ ଅଞ୍ଚଳର ତାପମାତ୍ରା ବଢ଼ୁଛି। ଉତ୍ତରମେରୁ ଉପରକୁ ଘନୀଭୂତ ଥିବା ପୋଲାର ଆଇସ୍‌ କ୍ୟାପ୍‌ ତରଳିବା ଫଳରେ ଅଧିକ ସଂକୁଚିତ ହୋଇଗଲାଣି। ନାସା ଉତ୍ତୋଳିତ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼େ ଉତ୍ତରମେରୁର ଚିର ବରଫାବୃତ୍ତ ଅଞ୍ଚଳ ୧୦ ବର୍ଷ ଭିତରେ ପ୍ରାୟ ଶତକଡ଼ା ୯ ଭାଗ ତରଳି ଯାଇଛି। ତାପମାତ୍ରା ବୃଦ୍ଧି ଫଳରେ ଉତ୍ତରମେରୁର ଆଣ୍ଟାର୍କଟିକ୍‌ ମହାସାଗରରେ ରହିଥିବା ବରଫସ୍ତର ଯେତେ କ୍ଷେତ୍ର ମାଡ଼ି ବସିଥିଲା ତା’ଠାରୁ ବର୍ତ୍ତମାନ କମିଯାଇଛି। ୨୦୦୫ ସେପ୍ଟେମ୍ବରଠାରୁ ୨୦୦୭ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୧୧ ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ବରଫ ଆବରଣ କମିଯାଇଛି। ଆଇସ୍‌ବର୍ଗ ସମୁଦ୍ରରେ କିଛି ଦିନ ଭାସି ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁ ସମୁଦ୍ର ଜଳରେ ସମ୍ପୂର୍ଣ୍ଣ ଭାବରେ ତରଳି ଯାଇଥାଏ। ଏହି ପ୍ରକ୍ରିୟା ସମୁଦ୍ର ପତନ ବଢ଼ାଇବାରେ ସାହାଯ୍ୟ କରିଥାଏ। ଆଣ୍ଟାର୍କଟିକା ଠାରୁ ଗ୍ରୀନ୍‌ଲାଣ୍ଡରେ ୨୦୧୨ରେ ଆଶ୍ଚର୍ଯ୍ୟଜନକ ଭାବେ ବରଫ ଅଧିକ ତରଳିଛି। ସମୁଦାୟ ଗ୍ରୀନ୍‌ଲାଣ୍ଡର ଜମାଟ ବାନ୍ଧିଥିବା ବରଫସ୍ତର ଯଦି ତରଳିଯାଏ ତେବେ ସମୁଦ୍ର ପତନ ପ୍ରାୟ ୭ ମିଟର ବଢ଼ିଯିବ। ଏପରି ଅବସ୍ଥା ଯଦି ଆସେ ତେବେ ଲଣ୍ଡନ ଓ ଲସ୍‌ଏଞ୍ଜେଲସ୍‌ ପରି ବଡ଼ ସହର ସମୁଦ୍ରରେ ବୁଡ଼ିଯିବ।
ବିଶ୍ୱର ସର୍ବବୃହତ୍‌ ହିମଭଣ୍ଡାରର କ୍ଷେତ୍ର ହେଉଛି ଆଣ୍ଟାର୍କଟିକା। ଏହାରେ ସ୍ଥଳଭାଗ ଲାଣ୍ଡ ଆଇସ୍‌ ଓ ସମୁଦ୍ରର ସି ଆଇସ୍‌ ବହୁ କ୍ଷେତ୍ର ଅଧିକାର କରିରହିଛି। ଆଣ୍ଟାର୍କଟିକାର ଉତ୍ତରକୁ ଲାଗିରହିଛି ଦକ୍ଷିଣ ମହାସାଗର। ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ଯୋଗୁ ଦକ୍ଷିଣ ମହାସାଗର ଏବେ ଅଧିକ ଉଷ୍ମ ହେବାରେ ଲାଗିଛି।
ଏହି ମହାସାଗରରେ ବାୟୁ ପ୍ରବାହର ବେଗ ଓ ଦିଗରେ ପରିବର୍ତ୍ତନ ଏବଂ ଆଣ୍ଟାର୍କଟିକାର ଉପରିସ୍ଥ ବାୟୁମଣ୍ଡଳ ଷ୍ଟ୍ରାଟୋସ୍ଫିଅରରେ ଗ୍ଲୋବାଲ୍‌ ୱାର୍ମିଂ ଯୋଗୁ ସୃଷ୍ଟି ହୋଇଥିବା ଓଜୋନ୍‌ ହୋଲ୍‌ର ଜଟିଳତା ଫଳରେ ଆଣ୍ଟାର୍କଟିକାର ସାମୁଦ୍ରିକ ବରଫସ୍ତରର କ୍ଷେତ୍ର ସାମାନ୍ୟ ବୃଦ୍ଧି ପାଇଛି। ବିଗତ ୧୦୦୦ବର୍ଷ ମଧ୍ୟରେ ବର୍ତ୍ତମାନର ଗ୍ଲୋବାଲ୍‌ ୱାର୍ମିଂ ଯେ ଆଣ୍ଟାର୍କଟିକାରେ ବେଶି ମାତ୍ରାରେ ବରଫ ତରଳାଉଛି ତା’ର ପ୍ରମାଣ ମିଳିଛି ବ୍ରିଟିଶ ଆଣ୍ଟାର୍କଟିକା ସର୍ଭେ କରିଥିବା ଏକ ୩୬୪ ମିଟର ଡ୍ରିିଲିଂ ଖନନରୁ; ଯେଉଁଥିରୁ ବରଫ ଖଣ୍ଡର ନମୁନା ବାହାରି ଆଣ୍ଟାର୍କଟିକାରେ ତାପମାତ୍ରାରେ ପରିବର୍ତ୍ତନର ତଥ୍ୟ ଯୋଗାଉଛି। ବରଫ ଗଦା ଉପରେ ଏହି ଗଭୀର ଡ୍ରିଲିଂ ଗବେଷଣାରେ ଏକ ମାଇଲଖୁଣ୍ଟ କହିବା ଯଥାର୍ଥ ହେବ। ଆଣ୍ଟାର୍କଟିକାର ଏକ ବୃହତ୍‌ ଜମାଟ ବାନ୍ଧିଥିବା ବରଫସ୍ତର ହେଉଛି ଉଏଷ୍ଟ ଆଣ୍ଟାର୍କଟିକା ଆଇସ୍‌ସିଟ୍‌। ଏହି ରୋମାଞ୍ଚକାରୀ ସ୍ତୂପୀକୃତ ବରଫଗଦାରୁ ଯଦି ଖଣ୍ଡେ ବଡ଼ ଅଂଶ ତରଳିଯାଏ ତାହାହେଲେ ସମୁଦ୍ର ପତନ ୩ ମିଟରରୁ ୬ ମିଟର ପର୍ଯ୍ୟନ୍ତ ବଢ଼ିପାରେ। ବର୍ଷକୁ ଆଣ୍ଟାର୍କଟିକାରୁ ହାରାହାରି ୭୦ ଗିଗାଟନ୍‌ ବରଫ ତରଳିଯାଉଛି। ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀୟ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ମଣ୍ଡଳୀଙ୍କ ମତ ଅନୁସାରେ ସମୁଦ୍ର ପତନ ବର୍ଷକୁ ହାରାହାରି ୩.୨ ମିଲିମିଟର ହାରରେ ବଢ଼ୁଛି। ଗ୍ରୀନ୍‌ ହାଉସ ଗ୍ୟାସ ନିର୍ଗମନ ବଢ଼ି ଜଳବାୟୁ ଭବିଷ୍ୟତରେ ଅଧିକ ଉତ୍ତପ୍ତ ହେଲେ ଏକବିଂଶ ଶତାବ୍ଦୀ ଶେଷସୁଦ୍ଧା ସମୁଦ୍ର ପତନ ୧ ମିଟରରୁ କିଛି ଅଧିକ ବଢ଼ିପାରେ।
ଆମେରିକାର ଜାତୀୟ ସାମୁଦ୍ରିକ ବାୟୁମଣ୍ଡଳ ପ୍ରଶାସନିକ ପ୍ରତିଷ୍ଠାନ ନୋଆ ମତଦିଏ ଏକବିଂଶ ଶତାବ୍ଦୀ ଶେଷବେଳକୁ ସମୁଦ୍ର ପତନ ୨ ମିଟରରୁ ଅଧିକ ବଢ଼ିବାର ସମ୍ଭାବନା ଅଛି। ଗ୍ଲୋବାଲ ୱାର୍ମିଂ ଯୋଗୁ ସମୁଦ୍ର ପତନ ବଢ଼ିଲେ ଉପକୂଳ ପ୍ରତି ବିପଦ ଆସିବ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ସଂଖ୍ୟା ଓ ଭୟାବହତା ଅଧିକ ବଢ଼ିଯିବ । ଅଧିକ ଉଚ୍ଚ ସମୁଦ୍ର ଢେଉ ଷ୍ଟର୍ମସର୍ଜ ଉପକୂଳ ଭିତରକୁ ବହୁଦୂର ପର୍ଯ୍ୟନ୍ତ ମାଡ଼ି ଆସିବ। ଏହା ସୃଷ୍ଟି କରିବ ପ୍ରଳୟଙ୍କରୀ ସାମୁଦ୍ରିକ ବନ୍ୟା। ଉପକୂଳର ଧନଜୀବନ ସମୁଦ୍ର ଗର୍ଭକୁ ଟାଣି ହୋଇଯିବ।
ସମୁଦ୍ରର ଭୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକରେ ବର୍ତ୍ତମାନ ଆଲୋଡ଼ନ ସୃଷ୍ଟି କଲାଣି।
ଆମେରିକାର ପୂର୍ବ ଆଟଲାଣ୍ଟିକ୍‌ ଉପକୂଳରେ ସାମୁଦ୍ରିକ ବିପର୍ଯ୍ୟୟରେ ଶତାଧିକ ସହର ବୁଡ଼ିଯିବାର ଭୟ ଦେଖାଦେଲାଣି। ଭାରତ ମହାସାଗରରେ ଥିବା ମାଲଦୀପର ଅନେକ ଭାଗ ସମୁଦ୍ରରେ ବୁଡ଼ିଯିବାକୁ ବସିଲାଣି। ଥାଇଲାଣ୍ଡ ଓ ବଙ୍ଗଳା ଦେଶର ଉପକୂଳକୁ ସମୁଦ୍ର କ୍ରମଶଃ ବୁଡ଼ାଇ ଦେଉଛି। ଭାରତର ପୂର୍ବ ଓ ପଶ୍ଚିମ ଉପକୂଳର ସମୁଦ୍ର ପତନ ବୃଦ୍ଧି ଯୋଗୁ କେତେକ ସ୍ଥାନ ଜଳପ୍ଲାବିତ ହେବ। ଉପକୂଳର ସୁରକ୍ଷା ଏକାନ୍ତ ଆବଶ୍ୟକ।
୭ ଏକ୍ସଟେନସନ ରୋଡ୍‌, ପୁରୁଣା ସୋନାରୀ,
ଜାମସେଦପୁର, ମୋ:୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri