Categories: ଖେଳ

ମେରାଇନ ଡ୍ରାଇଭ ହେଲା ଜନ ସମୁଦ୍ର ପ୍ରଶଂସକ କହିଲେ, ରୋହିତ ଶର୍ମା ଡାକିଲେ, ଆଉ ଆମେ ଆସିଗଲୁ…

ମୁମ୍ବାଇ,୪।୭: ‘ଆମେ ଆପଣଙ୍କ ସହିତ ଏହି ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଛୁ, ତେଣୁ ମେରାଇନ ଡ୍ରାଇଭକୁ ଆସନ୍ତୁ …’। ବିଶ୍ୱ ବିଜୟ ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କେବଳ ଏହି ବାର୍ତ୍ତା ଦେଇଛନ୍ତି। ଏବଂ ଯେତେବେଳେ ସେ ସ୍ବଦେଶ ମାଟିରେ ଅବତରଣ କଲେ, ପ୍ରଶଂସକମାନେ ତାଙ୍କୁ ସ୍ବାଗତ କରିବାକୁ ଧାଇଁ ଆସିଥିଲେ। ଟିମ ଇଣ୍ଡିଆ ମୁମ୍ବାଇରେ ପହଞ୍ଚିବା ମାତ୍ରେ ଲକ୍ଷ ଲକ୍ଷ ପ୍ରଶଂସକ ରାଜ ରାସ୍ତାକୁ ଚାଲଇ ଆସିଥିଲେ। ମେରାଇନ ଡ୍ରାଇଭରେ ଲୋକଙ୍କ ଭିଡ ଦୃଶ୍ୟମାନ ହେଉଛି। ବିଶ୍ୱ ଚାମ୍ପିୟନଙ୍କୁ ଦେଖିବାକୁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି।

ଯେତେବେଳେ ଟିମ ଇଣ୍ଡିଆ ବିଶ୍ୱକପ ଜିତିବା ପରେ ଘରକୁ ଆସିବାକୁ ପ୍ରସ୍ତୁତ ହେଉଥିଲା। ଏଥି ସହ ଅଧିନାୟକ ରୋହିତ ଶର୍ମା ଟୁଇଟ କରି ପ୍ରଶଂସକମାନଙ୍କୁ ଭିକ୍ଟ୍ରି ପରେଡକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ରୋହିତ ଏକ୍ସରେ ଲେଖିଛନ୍ତି, ଆମେ ଆପଣଙ୍କ ସମସ୍ତଙ୍କ ସହିତ ଏହି ବିଶେଷ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଛୁ। ତେବେ ଆସନ୍ତୁ ଏହି ବିଜୟକୁ ମେରାଇନ ଡ୍ରାଇଭ ଏବଂ ୱାନଖେଡେରେ ଜୁଲାଇ ୪ ଅପରାହ୍ନ ୫ଟାରୁ ଏକ ବିଜୟ ପରେଡ ସହିତ ପାଳନ କରିବା। ଟ୍ରଫି ଘରକୁ ଆସୁଛି ଏବଂ
ରୋହିତ ଶର୍ମାଙ୍କ ଏହି ନିମନ୍ତ୍ରଣ ପ୍ରଶଂସକଙ୍କ ହୃଦୟକୁ ଛୁଇଁଥିଲା। ସେମାନେ ସେମାନଙ୍କର ଚାମ୍ପିୟନଙ୍କୁ ଦେଖିବାକୁ ପାଗଳ ହୋଇଯାଇଥିଲେ, ଏବଂ ଟିମ ଇଣ୍ଡିଆ ମୁମ୍ବାଇରେ ଅବତରଣ କରିବା ମାତ୍ରେ ଚାରିଆଡେ କେବଳ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ମେରାଇନ ଡ୍ରାଇଭ ହେଉ କିମ୍ବା ୱାନଖେଡେ ଲାଗୁଛି ଯେପରି ସମଗ୍ର ମୁମ୍ବାଇ ଗୋଟିଏ ଜାଗାରେ ଅଟକି ଯାଇଛି ।

Share