ଟ୍ରେନିଂ ଡ୍ରିଲ ସମୟରେ ଏୟାରକ୍ରାପ୍ଟ କ୍ରାସ, ୩ ଆମେରିକା ସେନାଙ୍କ ମୃତ୍ୟୁ

କାନବେରା,୨୭।୮: ଅଷ୍ଟ୍ରେଲିଆର ପୂର୍ବାଞ୍ଚଳରେ ସ୍ଥିତ ତିବି ଦ୍ୱିପରେ ରବିବାର ସକାଳେ ଏକ ଏୟାରକ୍ରାପ୍ଟ କ୍ରାସରେ ୩ ଆମେରିକୀୟ ସେନାଙ୍କ ମୃତ୍ୟୁ ହୋଇଛି। ଏହାସହ ୧୨ ଅନ୍ୟ ଆହତ ହୋଇଛନ୍ତି। କୁହାଯାଉଛି କି ଏହି ସେନାମାନେ ଏକ ଟ୍ରେନିଂ ଡ୍ରିଲରେ ଭାଗ ନେଉଥିଲେ।

ଆମେରିକାର ମେରାଇନ କୋର ଦ୍ୱାରା ଜାରି ଏକ ବୟାନ ଅନୁଯାୟୀ, ଯେଉଁ ବିମାନ ଦୁର୍ଘଟଣାରେ ସେନାଙ୍କର ମୃତ୍ୟୁ ହୋଇଛି ତାହା ବୋଇଙ୍ଗ ଏମଭି-୨୨ବି ଆଷ୍ଟ୍ରୋ ଟିଲ୍ଟ-ରୋଟର୍‌ ଏୟାରକ୍ରପ୍ଟ। ଏଥିରେ ୨୩ ଆମେରିକୀୟ ସେନା ଥିଲେ, ଯେଉଁମାନେ ଡାରୱିନରେ ଅବସ୍ଥାପିତ ହୋଇଥିଲେ ଏବଂ ଅଷ୍ଟ୍ରେଲିଆ ଏବଂ ଫିଲିପାଇନ୍ସର ସେନାଙ୍କ ସହିତ ଡ୍ରିଲରେ ଅଂଶଗ୍ରହଣ କରିଥିଲେ। ସକାଳ ପ୍ରାୟ ୯ଟା ୩୦ରେ ଡ୍ରିଲ ସମୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମେରାଇନ କୋର ପ୍ରବକ୍ତାଙ୍କ ଅନୁଯାୟୀ ତିନିଜଣ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରୟାଲ ଡାରୱିନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି।

Share