ମାରିଓ ଡ୍ରାଘି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌, ୧୪।୨(ପି.ଟି.): ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମାରିଓ ଡ୍ରାଘି ଇଟାଲୀର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି। ଗତ ମାସରେ ପୂର୍ବ ସରକାର ଭାଙ୍ଗିଯିବା ପରେ ମାରିଓଙ୍କୁ ପ୍ରାୟ ସମସ୍ତ ପ୍ରମୁଖ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି। କରୋନା ମହାମାରୀ କବଳିତ ଇଟାଲୀର ଅର୍ଥନୀତି ଦଶନ୍ଧିର ସବୁଠୁ ଗମ୍ଭୀର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛି। ଏଠାରେ କରୋନାରେ ୯୩,୦୦୦ରୁ ଊର୍ଦ୍ଧ ଲୋକ ପ୍ରାଣ ହରାଇଛନ୍ତି।

Share