୧୫ରୁ ୨ମାସ ସାମୁଦ୍ରିକ କଟକଣା ଲାଗୁ

ପାରାଦୀପ,୧୪ା୪(ଶରତ ରାଉତ): ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ୧୧ ତାରିଖରେ ନୋଟିସ ନଂ. ୪୦୩୮ ଜାରି କରିଛନ୍ତି। ଏଥିରେ ଦର୍ଶାଯାଇଛି, ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ ମାଛଧରା କଟକଣା ଲାଗୁ କରାଯିବ। କାରଣ ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଅଁାଳ ସୁରକ୍ଷା ପାଇଁ ଏହା ପାଳନ ଅନିବାର୍ଯ୍ୟ। ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ ହେବ। ଏହିକ୍ରମରେ ରାଜ୍ୟର ବୃହତ୍ତମ ପାରାଦୀପ ମାଛଧରା ବନ୍ଦରରେ ରବିବାରଠାରୁ ବୋଟ୍‌ଗୁଡିକୁ ବର୍ଥରେ ବନ୍ଧା ଯାଇଛି। ପ୍ରାୟ ୯୦ ପ୍ରତିଶତ ବୋଟ୍‌ ବର୍ଥରେ ପହଞ୍ଚଛି। ଅବଶିଷ୍ଟ ବୋଟ୍‌ ସୋମବାର ସା ସୁଦ୍ଧା ଫେରିବ ବୋଲି ଜଣାପଡିଛି। ପହଞ୍ଚତ୍ ଥିବା ବୋଟ୍‌ର ମତ୍ସ୍ୟଜୀବୀ ଏବେ ଘରମୁହଁା ହୋଇଛନ୍ତି। ଏହି କଟକଣା ସମୟରେ ସାମୁଦ୍ରିକ ମାଛ ବଜାରରେ ଉପଲବ୍ଧ ହେବ ନାହିଁ। ମାଛଧରା ବନ୍ଦ ରହିବା ଯୋଗୁ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାର ଲୋକଙ୍କ ରୋଜଗାର ବାଧାପ୍ରାପ୍ତ ହେବ। ଯଦିଓ ଏହି ସମୟରେ ସରକାର ମତ୍ସ୍ୟଜୀବୀଙ୍କ ପାଇଁ ଚାଉଳ ଓ ଅନ୍ୟ ସହାୟତା ବ୍ୟବସ୍ଥା କରିଛନ୍ତି ସେସବୁ ସେମାନେ ପାଉନାହାନ୍ତି। କାରଣ ପାରାଦୀପ ମତ୍ସ୍ୟଜୀବୀଙ୍କ ମତ୍ସ୍ୟ ବିଭାଗ ପାଖରେ ପଞ୍ଜୀକରଣ ନାହିଁ। କେବଳ ପାରମ୍ପରିକ ମତ୍ସ୍ୟଜୀବୀ ଏହାର ସୁବିଧା ପାଇବେ। ଏହି ସମୟରେ ଆମ ପରିବାର ଲୋକେ ଅସୁବିଧା ଭୋଗୁଥିବା ସାମୁଦ୍ରିକ ମତ୍ସ୍ୟଜୀବୀ ସୁବା ରାଓ କହିଛନ୍ତି। ପ୍ରାୟ ନୋଳିଆ ସମ୍ପ୍ରଦାୟର ମତ୍ସ୍ୟଜୀବୀ ଏହି ୨ମାସ ନିଜ ରାଜ୍ୟ ଆନ୍ଧ୍ରପ୍ରଦେଶ ପଳାଇଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

ଭବାନୀପାଟଣା,୨୧।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ...

US Trade Deals: ଆମେରିକା ସହ ଟ୍ରେଡ ଡିଲ ସାଇନ କରିଥିବା ଦେଶକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୧।୪: ଆମେରିକା ସହିତ ବାଣିଜ୍ୟ ଚୁକ୍ତି ବା Trade Deals ସ୍ବାକ୍ଷର କରୁଥିବା ଦେଶଗୁଡ଼ିକୁ ଚାଇନା ଚେତାବନୀ ଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ମଧ୍ୟ...

କାର୍ଯ୍ୟନିର୍ବାହୀ କାର୍ଯ୍ୟରେ ଅତିକ୍ରମଣ ଅଭିଯୋଗ ହେଉଛି: ପଶ୍ଚିମବଙ୍ଗ ଦଙ୍ଗା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବୟାନ

ନୂଆଦିଲ୍ଲୀ,୨୧।୪: ସୋମବାର ସୁପ୍ରିମକୋର୍ଟ ହିଂସାଗ୍ରସ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଥିବା ଏକ ଆବେଦନ ଶୁଣାଣି କରୁଥିବା ବେଳେ ଭାଜପା ନେତାମାନଙ୍କର ଦ୍ୱାରା...

ନବୀନ ନିବାସରୁ ବରିଷ୍ଠଙ୍କୁ ଗଲା ଡାକରା, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୧ା୪: ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ...

ଭଣଜା ପ୍ରେମରେ ପାଗଳ ଥିଲେ ମାଇଁ, ଦୁବଇରୁ ଫେରିଥିବା ସ୍ବାମୀଙ୍କୁ ହତ୍ୟାକରି ସୁଟକେସରେ ଭର୍ତ୍ତି କରି ଫିଙ୍ଗିଦେଲେ

ଲକ୍ଷ୍ନୌ,୨୧।୪: ଉତ୍ତର ପ୍ରଦେଶ ମିରଟର ନୀଳ ଡ୍ରମ ଘଟଣା ସମଗ୍ର ଦେଶ ଦେଖିଥିଲା ଏବଂ ଶୁଣିଥିଲା। ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି...

ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ

ଜଗତସିଂହପୁର,୨୧।୪: ଜଗତସିଂହପୁର ଜିଲା ମେଡିକାଲରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ...

ବାଇକ୍‌କୁ ଧକ୍କା ଦେଲା ସିଡିଏମ୍‌ଓଙ୍କ ଗାଡ଼ି

ମୋହନା,୨୧।୪: ଗଜପତି ଜିଲା ମୋହନା ଥାନା ଦିବ୍ୟାଙ୍ଗ ସ୍କୁଲ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍‌ଓଙ୍କ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image