ବୋମା ବିସ୍ଫୋରଣରେ ଥରିଲା ମାରିୟୁପୋଲ: ଫସିରହିଛନ୍ତି ୨ଲକ୍ଷ ନାଗରିକ

କ୍ୱିଭ୍‌,୨୩।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୮ଦିନରେ ପହଞ୍ଚିଛି। ଆଉ କିଛି ଦିନ ଗଲେ ଯୁଦ୍ଧକୁ ପ୍ରାୟ ମାସେ ହୋଇଯିବ ହେଲେ ୨ଦେଶ ମଧ୍ୟରେ କୌଣସି ସମାଧାନର ବାଟ ଫିଟିନି। ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ୩୪ଲକ୍ଷ ନାଗରିକ ୟୁକ୍ରେନ୍‌ ଛାଡିଲେଣି। ଇତିମଧ୍ୟରେ ମଙ୍ଗଳବାର ମାରିୟୁପୋଲ ସହରରେ ରୁଷିଆ ସୈନ୍ୟମାନେ ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ କରିଛନ୍ତି। ଏହି ବୋମାର ଶବ୍ଦ ଏତେ ଜୋରରେ ଥିଲା ପୁରା ସହର ଦୋହଲିଯାଇଥିଲା। ଏହି ଆକ୍ରମଣ ଭିତରେ ସେଠାରେ ୨ଲକ୍ଷରୁ ଅଧିକ ଲୋକ ଫସିରହିଛନ୍ତି ବୋଲି ହ୍ୟୁମନ ରାଇଟ୍ସ ଓ୍ବାଚ୍‌ କହିଛନ୍ତି। ତେବେ ଲଗାତର ଆକ୍ରମଣ ମଧ୍ୟରେ ୟୁକ୍ରେନ ଅଧିକାରୀ ସାଧାରଣ ନାଗରିକଙ୍କୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି।

Share