Advertisement

ମରିୟମଙ୍କ ଅଭିଯୋଗ, ସେନା ମୁଖ୍ୟ ନିଯୁକ୍ତିରେ ବାଧା ସୃଷ୍ଟି କରୁଛନ୍ତି ଇମ୍ରାନ୍‌…

ଇସଲାମାବାଦ,୨।୧୧ : ଶାସକ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ର ଉପାଧ୍ୟକ୍ଷା ମରିୟମ ନୱାଜ ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଦୀର୍ଘ ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ନୂତନ ସେନା ମୁଖ୍ୟଙ୍କ ନିଯୁକ୍ତିରେ ବାଧା ସୃଷ୍ଟି କରିବା।

ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ ମରିୟମ ନୱାଜ କହିଛନ୍ତି ଯେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ ଆଉ ପାକିସ୍ତାନ ରାଜନୀତିରେ ଅଂଶ ନୁହନ୍ତି। ସେ ତାଙ୍କର ବିଭାଜନକାରୀ ଏବଂ ଘୃଣ୍ୟ ଏଜେଣ୍ଡା ବିସ୍ତାର କରିବାରେ ବିଫଳ ହେବେ। ମରିୟମ ଇମ୍ରାନଙ୍କ ଉଦ୍ଦେଶ୍ୟରେ ଅଭିଯୋଗ କରିଛନ୍ତି ଯେ ପିଟିଆଇରେ ଜଣେ ଅପରାଧିକ ମାନସିକ ବ୍ୟକ୍ତି ଆବଶ୍ୟକ, ଯିଏ କୌ ଣସି ଅନୁତାପ ନକରି ସମାବେଶରେ ଜନସାଧାରଣଙ୍କ ଟଙ୍କା ଖର୍ଚ୍ଚ କରି ପାରିବେ।

ପ୍ରାୟ ଏକ ମାସ ପୂର୍ବେ ଲଣ୍ଡନରେ ପହଞ୍ଚିଥିବା ମରିୟମ ନୱାଜ ପ୍ରଥମ ଥର ପାଇଁ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ବର୍ଷିଥିଲେ। ମରିୟମ କହିଛନ୍ତି ଯେ ଇମ୍ରାନଙ୍କ ଇସଲାମାବାଦ ଅଭିମୁଖେ ଯାତ୍ରା କରିବାର ପ୍ରକୃତ ଏଜେଣ୍ଡା ହେଉଛି ବର୍ତ୍ତମାନର ସରକାରଙ୍କୁ ପରବର୍ତ୍ତୀ ସେନା ମୁଖ୍ୟ ନିଯୁକ୍ତି ନ କରାଇଦେବା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share