Categories: ଖେଳ

କ୍ଷମା ମାଗିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଜୋହାନ୍ସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟ କିପର ତଥା ବର୍ତ୍ତମାନର ମୁଖ୍ୟ କୋଚ ମାର୍କ ବାଉଚର୍‌ କ୍ଷମା ମାଗିଛନ୍ତି। ସେ ଖେଳୁଥିବା ସମୟରେ ଅପମାନଜନକ ଗୀତ ଗାଉଥିବା ଏକ ଗୋଷ୍ଠୀର ଅଂଶ ହୋଇଥିବାରୁ ଏବଂ ଅଶ୍ୱେତ ସାଥୀ ଖେଳାଳିଙ୍କ ଅପମାନ କରିଥିବାରୁ ସେ କ୍ଷମା ମାଗିଛନ୍ତି। ପଲ ଆଡାମସଙ୍କ ସମେତ କିଛି ସାଥୀ ଖେଳାଳି ତାଙ୍କ ନାଁରେ ଜାତିଭେଦ ଅଭିଯୋଗ କରିବା ଆଣିବା ପରେ ବାଉଚର କ୍ରିକେଟ ଦକ୍ଷିଣ ଆଫ୍ରିକାର (ସିଏସ୍‌ଏ) ସାମାଜିକ ନ୍ୟାୟ ଏବଂ ରାଷ୍ଟ୍ର ନିର୍ମାଣ କମିଟିକ ୧୪ ପୃଷ୍ଠାର ଏକ ଆଫିଡେଭିଟ ଦାଖଲ କରିଛନ୍ତି। କୌଣସି ଆପତ୍ତିଜନକ ଆଚରଣ ପାଇଁ ମୁଁ କ୍ଷମା ମାଗୁଛି ବୋଲି ବାଉଚର କହିଛନ୍ତି। ଗୀତ ଗାଇବାରେ କିମ୍ବା ମୋ ସାଥୀଙ୍କ ସହ ଆପତ୍ତିଜନକ ବ୍ୟବହାର କରିବାରେ ଭାଗ ନେଇଥିବାରୁ ଗଭୀର ଦୁଃଖିତ। ସୂଚନାଯୋଗ୍ୟ, ମାର୍କ ବାଉଚର ଦକ୍ଷିଣ ଆଫ୍ରିକା ପାଇଁ ୧୪୭ ଟେଷ୍ଟ ଏବଂ ୨୯୫ ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୫୫୧୫ ରନ ଏବଂ ଦିନିକିଆରେ ୪୬୮୬ ରନ ସ୍କୋର କରିଥିଲେ। ଏଥି ସହିତ ସେ ଦେଶ ପାଇଁ ୨୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୨୬୮ ରନ ମଧ୍ୟ କରିଥିଲେ।

Share