Categories: ଖେଳ

ମାର୍କ ବାଉଚର ହେଲେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ

ମୁମ୍ବାଇ,୧୬।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଆସନ୍ତା ସିଜିନ ପାଇଁ ଦୃଢ ପ୍ରସ୍ତୁତି ଆରମ୍ଭ କରିଛି। ଏହା ଅଧୀନରେ ଫ୍ରାଞ୍ଚାଇଜ ଦଳର ନୂତନ ମୁଖ୍ୟ କୋଚ ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ତାରକା ଉଇକେଟ କିପର ମାର୍କ ବାଉଚର୍‌ଙ୍କୁ ନିଯୁକ୍ତ କରିଛି।
ଏହାପୂର୍ବରୁ ଏହି ଦାୟିତ୍ୱ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟୱର୍ଦ୍ଧନେଙ୍କ ହାତରେ ଥିଲା। କିନ୍ତୁ ଫ୍ରାଞ୍ଚାଇଜ ତାଙ୍କୁ ପଦୋନ୍ନତି ଦେଇଛି। ମୁମ୍ବାଇ ଫ୍ରାଞ୍ଚାଇଜ ଜୟୱର୍ଦ୍ଧନେଙ୍କୁ ଗ୍ଲୋବାଲ ହେଡ ଅଫ୍‌ ପରଫରମାନ୍ସ ପଦରେ ନିଯୁକ୍ତ ଦେଇଛି।
ବାଉଚର ୩ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ରୁ କୋଚ ଭୂମିକାରେ ରହିବେ। ମୁମ୍ବାଇ ପ୍ରାଞ୍ଚାଇଜ୍‌ ଆଇପିଏଲ୍‌ ବ୍ୟତୀତ ବିଦେଶୀ ଲିଗ୍‌ରେ ମଧ୍ୟ ୨ଟି ଟିମ୍‌ ରହିଛି।

Share