ଆଜିଠୁ ମାର୍କ ଅପ୍‌ଲୋଡ୍‌, ଜୁଲାଇରେ ଫଳ ପ୍ରକାଶ

କଟକ ଅଫିସ,୨୯।୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟରେ ଶନିବାରଠାରୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପାଇଁ ମାର୍କ ଅପ୍‌ଲୋଡ୍‌ କାର୍ଯ୍ୟ ଆରମ୍ଭ ହେବ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଉପଲବ୍ଧ ରହିବ। ଏହି ସମୟରେ ଛାତ୍ରୀଛାତ୍ରମାନଙ୍କ ମାର୍କ ଅପ୍‌ଲୋଡ୍‌ କରାଯିବ। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ନିଜ ସ୍କୁଲ ସହିତ ସଂଶ୍ଳିଷ୍ଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରୀଛାତ୍ରଙ୍କ ମାର୍କ ଅପ୍‌ଲୋଡ୍‌ କରିବେ। ଜଣେ ପିଲାଙ୍କ ମାର୍କ ଅପ୍‌ଲୋଡ୍‌ କରିବା ପରେ ମେଣ୍ଟର ସ୍କୁଲ ପ୍ରଧାନ ଶିକ୍ଷକ ସେଭ୍‌ ବଟନ୍‌ ମାରିବେ। ଉକ୍ତ ପିଲାର ମାର୍କ ସେଭ୍‌ ହେବା ପରେ ତାହାକୁ ଅନ୍ୟଜଣେ ଶିକ୍ଷକ ଯାଞ୍ଚ କରି ଅପ୍‌ଡେଟ୍‌ ବଟନ୍‌ ମାରିବେ। ମେଣ୍ଟର ସ୍କୁଲ କର୍ତ୍ତୃପକ୍ଷ ମାର୍କ ଅପ୍‌ଲୋଡ ଭଲଭାବରେ ଯାଞ୍ଚ କରିବା ପରେ ଫାଇନାଲ୍‌ ସବ୍‌ମିସନ୍‌ ବଟନ୍‌ ମାରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଛାତ୍ରୀଛାତ୍ରଙ୍କୁ କୌଣସି ବିଷୟରେ ମାର୍କ ଦିଆଯାଇନାହିଁ ତା’ହେଲେ ସେମାନେ ‘ଏବିଏସ୍‌’ ଲେଖି ଦାଖଲ କରିପାରିବେ। ଆସନ୍ତା ଜୁନ୍‌ ୭ ପର୍ଯ୍ୟନ୍ତ ଏହି ମାର୍କ ଅପ୍‌ଲୋଡ କରାଯିବ। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ସମେତ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ, ଚତୁର୍ଥ ପ୍ରାକ୍ଟିସ୍‌ ପରୀକ୍ଷାର ସର୍ବାଧିକ ନମ୍ବରକୁ ଅପ୍‌ଲୋଡ୍‌ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାର୍କ ଅପଲୋଡିଂ ସମ୍ପୂର୍ଣ୍ଣ ଗୋପନୀୟତାର ସହ କରିବାକୁ ବୋର୍ଡ ପକ୍ଷରୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍କ ଅପ୍‌ଲୋଡ୍‌ ସଂକ୍ରାନ୍ତ ସମସ୍ତ ସୂଚନା ଓ ନିର୍ଦ୍ଦେଶାବଳୀ ବୋର୍ଡର ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ଉପଲବ୍ଧ ହେବ। ଆସନ୍ତା ଜୁଲାଇରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର...

ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ...

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ...

ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ...

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା, ପୂରଣ ହେଉନି ଅଧିକାରୀ ପଦବୀ

କେନ୍ଦ୍ରାପଡ଼ା,୨୮ା୯ (ଜଗନ୍ନାଥ ଧଳ): ରାଜ୍ୟ ଶାସନର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗତ ୨୨ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri