Categories: ଖେଳ

ଲକ୍ଷ୍ନୌକୁ ଝଟକା: ରାହୁଲ,ଜୟଦେବଙ୍କ ପରେ ଦଳ ଛାଡିଲେ ଏହି ଖେଳାଳି

ନୂଆଦିଲ୍ଲୀ,୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସଜି)ର ଅଡୁଆ ଥମିବାର ନାଁ ନେଉନାହିଁ। ଦଳର ଅଧିନାୟକ କେ.ଏଲ ରାହୁଲ ଏବଂ ଦ୍ରୁତ ବୋଲର ଜୟଦେବ ଉନାଦକତ ଆହତ କାରଣରୁ ଆଇପିଏଲର ୧୬ତମ ସିଜିନରୁ ବାଦ ପଡିଥିଲେ। ଏହା ପରେ, ବର୍ତ୍ତମାନ ଏଲଏସଜିକୁ ଆଉ ଏକ ବଡ ଝଟକା ଲାଗିଛି। ଲକ୍ଷ୍ନୌର ଅଗ୍ରଣୀ ବୋଲର ମାର୍କ ଉଡ୍‌ ବ୍ୟକ୍ତିଗତ କାରଣରୁ ବିଦେଶ ଫେରିଯାଇଛନ୍ତି। ଫ୍ରାଞ୍ଚାଇଜି ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି।
ଲକ୍ଷ୍ନୌ ସୁପର ଜିଆଣ୍ଟସ ନିଜ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ମାର୍କ ଉଡ୍‌ ନିଜେ କହୁଛନ୍ତି, ସେ ନିଜ ଦେଶକୁ ଫେରୁଛନ୍ତି। କୁହାଯାଉଛି, ମାର୍କ ଉଡ୍‌ ବାପା ହେବାକୁ ଯାଉଛନ୍ତି। ଏହି ସମୟରେ ସେ ତାଙ୍କ ସ୍ତ୍ରୀ ସାହାଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ମାର୍କ ଉଡ୍‌ କହିଛନ୍ତି, ମୁଁ କୋ ଝିଆ ଜନ୍ମ ପାଇଁ ଘରକୁ ଫେରୁଛି। ଦଳରୁ ଚାଲିଯାଉଛି ବୋଲି ମୁଁ ଦୁଃଖିତ, କିନ୍ତୁ ଘରକୁ ଯିବାର ଏକ ଉତ୍ତମ କାରଣ ଅଛି। ମୁଁ ଆଶା କରେ ତୁମେ ଶୀଘ୍ର ମୋତେ ମଇଦାନରେ ଦେଖିବାକୁ ପାଇବେ।

Share