ଆଣ୍ଟିଗୁଆ,୧୮।୩: ଆଇପିଏଲ୍-୨୦୨୨ ଖେଳିବେ ନାହିଁ ଇଂଲଣ୍ଡର ଦ୍ରୁତ ବୋଲର୍ ମାର୍କ ଉଡ୍। କହୁଣୀରେ ଆଘାତ ଲାଗିଥିବାରୁ ସେ ସିଜନରୁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ ଟିମ୍ ସହ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ଆଣ୍ଟିଗୁଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ସମୟରେ ତାଙ୍କ ଡାହାଣ କହୁଣୀରେ ଆଘାତ ଲାଗିିଥିବା ଜଣାପଡ଼ିଛି।
ତେବେ ଚଳିତ ବର୍ଷ ଫେବୃୟାରୀରେ ଅନୁଷ୍ଠିତ ହୋଇଥିବା ମେଗା ନିଲାମରେ ଉଡ୍ଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟିମ୍ ୭.୫ କୋଟି ଟଙ୍କାରେ କିଣିଥିଲା। ତାଙ୍କ ଅନୁପସ୍ଥିତିରେ ଏବେ ଦଳ କାହାକୁ ସୁଯୋଗ ଦେବ ତାହା ଜଣାପଡ଼ିନାହିଁ।