ନୂଆଦିଲ୍ଲୀ,୪।୧୦: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ସଂସ୍କରଣର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ହିରୋ ଏକ୍ସଟ୍ରିମ୍ ୧୬୦-ଆର୍ ଷ୍ଟିଲ୍ଥ ୨.୦ର ବଜାର ପ୍ରବେଶ କରିଛି। ଏକ ପ୍ରଗତିଶୀଳ ଡିଜାଇନ ସହ ସଂଯୋଗୀକରଣ ଏବଂ ଯନ୍ତ୍ରପାତି କ୍ଷେତ୍ରରେ ସ୍ବଚ୍ଛ ଅଗ୍ରଗତି ସହିତ ସଫଳତାର କାହାଣୀ ବଖାଣୁଛି। ବିଶେଷ କରି ଏହା ସାମ୍ପ୍ରତିକ ସ୍ମାର୍ଟ ପିଢ଼ିଙ୍କୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି। ଏ ସମ୍ପର୍କରେ ହିରୋ ମୋଟୋକର୍ପ ଷ୍ଟ୍ରାଟେଜି ଏବଂ ଗ୍ଲୋବାଲ ପ୍ରଡକ୍ଟ ପ୍ଲାନିଂର ମୁଖ୍ୟ ମାଲୋ ଲି ମାସନ କହିଛନ୍ତି, କମ୍ପାନୀର ୨.୦ ସଂସ୍କରଣ ପାଇଁ ଗ୍ରାହକ, ଉତ୍ସାହୀ ଏବଂ ବିଶେଷଜ୍ଞଙ୍କ ପକ୍ଷରୁ ଦୃଢ଼ ପ୍ରତିକ୍ରିୟା ମିଳିଛି।