Categories: ବାଣିଜ୍ୟ

ଏମ୍‌ଜି ହେକ୍ଟର ପ୍ଲସ୍‌ର ବଜାର ପ୍ରବେଶ

ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ଏମ୍‌ଜି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ପ୍ରିମିୟମ ବର୍ଗର ଡିଜେଲ ମଡେଲ ଏମ୍‌ଜି ହେକ୍ଟର ପ୍ଲସ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବର୍ତ୍ତମାନର ମଡର୍ନ ଟେକ୍ନୋଲୋଜି ଫାସିଲାଟି ସହ ବୃହତ୍‌ ସାଇଜ ସବୁ ବର୍ଗର ଗ୍ରାହକଙ୍କର ପସନ୍ଦର ଯାନ ଭାବେ ପରିଗଣିତ ହୋଇଛି। ଏପରିକି ଉକ୍ତ ମଡେଲ ମଲ୍ଟି ପପୋଜ ଭେଇକିଲ (ଏମ୍‌ପିଭି) ଭାବେ ଡିଜାଇନ କରାଯାଇଛି। ଏଥିରେ ଉଭୟ ଏସ୍‌ୟୁଭି ଓ ଇନୋଭାର ମଜା ଉଠାଇହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ୬ରୁ ୭ ସିଟ୍‌ ବିଶିଷ୍ଟ ଉକ୍ତ ଯାନରେ ଅନେକ ସୁବିଧା ଓ ଟେକ୍ନୋଲୋଜି ଜଡ଼ିତ ଥିବାବେଳେ ୭ଟି ଆକର୍ଷଣୀୟ ରଙ୍ଗରେ ଏହି ମଡେଲ ବଜାରରେ ଉପଲବ୍ଧ। ଏପରିକି ଦେଶର ସମସ୍ତ ଏମ୍‌ଜି ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ସହ ଅନ୍‌ଲାଇନ ଜରିଆରେ ମଧ୍ୟ ବୁକିଂ ଉପଲବ୍ଧ ହେଉଛି। ସେହିଭଳି ଏମ୍‌ଜିର ବିଭିନ୍ନ ଭାରିଆଣ୍ଟର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ରହିଥିବା ବେଳେ ଏହାର ଏକ୍ସ ଶୋ’ରୁମ ମୂଲ୍ୟ ୧୭.୪୯ ଲକ୍ଷରୁ ୨୨.୪୩ ଲକ୍ଷ ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ ସଡ଼କ ସୁରକ୍ଷା ନୀତି ଓ ଅଟୋମୋବାଇଲ ଗାଇଡ୍‌ଲାଇନ ଅନୁଯାୟୀ ସମସ୍ତ ସୁରକ୍ଷା ପଦକ୍ଷେପ ସାଙ୍ଗକୁ ସିଟ୍‌ ଅନୁଯାୟୀ ଏୟାର ବ୍ୟାଗ୍‌ ମଧ୍ୟ ଉପଲବ୍ଧ।

Share