ନିବେଶକଙ୍କୁ ନିରାଶ କରୁଛି ବଜାର

ନୂଆଦିଲ୍ଲୀ,୧୩।୩ : ଗତ କିଛି ମାସ ହେବ ଭାରତୀୟ ଶେୟାର ବଜାରର ଫଳାଫଳ ନିବେଶକମାନଙ୍କୁ ନିରାଶ କରୁଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା କାରଣରୁ ଦଲାଲ ଷ୍ଟ୍ରିଟରେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଶେୟାର ବଜାର କାରବାରରେ ପ୍ରତିଫଳିତ ହେଉଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏପରିକି ଚଳିତ ସପ୍ତାହର କାରବାର ପରେ ଦେଶର ଶ୍ରେଷ୍ଠ ୧୦ କମ୍ପାନି ମଧ୍ୟରୁ ୮କମ୍ପାନୀର କାରବାର ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ୨ଟି କମ୍ପାନୀ ବିଶେଷ ଲାଭବାନ ହୋଇଛନ୍ତି।

ବିଶେଷ କରି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆରଆଇଏଲ), ଟାଟା କନସଲଟାଣ୍ଟ ସର୍ଭିସେସ(ଟିସିଏସ), ଏଚଡିଏଫସି ବ୍ୟାଙ୍କ, ଇନଫୋସିସ, ଆଇସିଆଇସିଆଇ ବ୍ୟାଙ୍କ, ହୁନ୍ଦୁସ୍ଥାନ ୟୁନି ଲିଭର (ଏଚୟୁଏଲ), ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏବଂ ଏଚଡିଏଫସି ଭଳି ୮ କମ୍ପାନୀର ମିଳିତ ସମ୍ପତ୍ତି ଗତ ସପ୍ତାହରେ ୧,୦୩,୭୩୨.୩୯ କୋଟି ଟଙ୍କା ହ୍ରାସ ଘଟିଥିବା ଜଣାପଡିଛି।

ଏପରିକି ଭାରତୀ ଏୟାରଟେଲ ଏବଂ ଆଇଟିସି ଭଳି କମ୍ପାନୀର ବଜାର ପୁଞ୍ଜିରେ ଅଭିବୃଦ୍ଧି ଘଟିଛି। ଏପରିକି ଉପରୋକ୍ତ ୮ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସର୍ବାଧିକ କ୍ଷତି ସହିଥିବା ବେଳେ ଭାରତୀ ଏୟାରଟେଲ ସର୍ବାଧିକ ଲାଭ ହାସଲ କରିଥିବା ବଜାର କାରବାର ସବିଶେଷ ସୂଚନାରୁ ଜଣାପଡିଛି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସରେ ପ୍ରାୟ ୬୭୪ (୬୭୩.୮୪) ପଏଣ୍ଟ ହ୍ରାସ ଘଟିଥିଲା। ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍‌ ଏବଂ ଆଇଟିସିକୁ ଛାଡି ଅନ୍ୟ ଆଠ କମ୍ପାନିର ବଜାର ମୂଲ୍ୟ ହ୍ରାସ ପାଇଛି। ଏପରିକି ଶୀର୍ଷ ୧୦କମ୍ପାନି ମଧ୍ୟରୁ ଆରଆଇଏଲକୁ ସବୁଠୁ ଅଧିକ କ୍ଷତି ହୋଇଛି। ବିଶେଷ କରି ଏହାର ବଜାର ମୂଲ୍ୟ ୪୧,୮୭୮.୩୭ କୋଟି ଟଙ୍କା ହ୍ରାସ ୧୫,୭୧,୭୨୪.୨୬ କୋଟି ଟଙ୍କାରେ ରହିଛି। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କର ବଜାର ମୂଲ୍ୟ ୧୮,୧୩୪.୭୩ କୋଟି ଟଙ୍କା ହ୍ରାସ ହୋଇ ୫,୮୮,୩୭୯.୯୮ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ଏଚଡିଏଫସି ବ୍ୟାଙ୍କ ବଜାର ମୂଲ୍ୟ ୧୫,୦୦୭.୩୮ କୋଟି ହ୍ରାସ ଘଟି ୮,୮୬,୩୦୦.୨୦ କୋଟି ଟଙ୍କା ଏବଂ ଏସବିଆଇରେ ୧୨,୩୬୦.୫୯ କୋଟି ଟଙ୍କା ହ୍ରାସ ସହ ୪,୮୮.୩୯୯.୩୯ କୋଟିରେ ରହିଛି।

ଅପରପକ୍ଷରେ ଭାରତୀ ଏୟାରଟେଲର ବଜାର ପୁଞ୍ଜି ୫,୦୭୧.୯୯ କୋଟି ଟଙ୍କା ବୃଦ୍ଧି ଘଟି ୪,୩୧,୨୩୦.୫୧ କୋଟି ଟଙ୍କା ହୋଇଥିବା ବେଳେ ଆଇଟିସିର ବଜାର ପୁଞ୍ଜିରେ ୪,୦୩୬.୨ କୋଟି ଟଙ୍କା ବଢି ୪,୮୧,୯୨୨.୩୩ କୋଟି ଟଙ୍କାରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ, ବର୍ତ୍ତମାନ ମଧ୍ୟ ଭାରତର ସବୁଠୁ ମୂଲ୍ୟବାନ କମ୍ପାନି ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ପ୍ରଥମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri