ଖାଉଟିଙ୍କୁ ବାଧିଲାଣି ବଜାର ଦର

ବୌଦ୍ଧ,୨୯ା୭( ଅଜିତ କୁମାର ବାରିକ): ସାରା ରାଜ୍ୟରେ ଆଳୁକୁ ନେଇ ଖାଉଟି ଚିନ୍ତାରେ ପଡିଥିବା ବେଳେ ବୌଦ୍ଧରେ ଆଳୁ କିଲୋ ୫୦ ଟଙ୍କା ଉପରେ ରହିଛି। ଏପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଆଳୁ କିଲୋ ୩୨ରୁ ୩୪ ଟଙ୍କା ଉପରେ କେହି ବିକ୍ରି କରିପାରିବେ ନାହିଁ ବୋଲି କହୁଥିବା ବେଳେ ଏହାକୁ କେହି ମାନୁନାହାନ୍ତି। ଗରିବ ଲୋକଙ୍କ ପାଇଁ ଆଳୁ ଓ ପିଆଜ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏହାର ଦର ବୃଦ୍ଧି ଚିନ୍ତାରେ ପକାଇଛି। ଜିଲାରେ ପରିବାର ଦର ନିୟନ୍ତ୍ରଣରେ ପ୍ରଶାସନ ପୁରା ବିଫଳ ହୋଇପଡିଛି। ଜିଲାରେ ଆଳୁ ସହ ପିଆଜ ଦର ମଧ୍ୟ ୫୦ ଉପରେ ରହିଛି। ବୌଦ୍ଧ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଚଳିତବର୍ଷ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଜିଲାରେ ଟମାଟୋ କିଲୋ ୬୦, କଞ୍ଚାଲଙ୍କା ୨୦୦, ଭେଣ୍ଡି ୬୦, ଫୁଲ କୋବି କେଜି ୧୦୦, ବନ୍ଧା କୋବି ୬୦, ବାଇଗଣ କିଲୋ ୪୦ ଟଙ୍କା ଉପରେ ରହିଛି। ଜିଲାରେ ଗୋଟିଏ ହେଲେ ଶୀତଳଭଣ୍ଡାର ନ ଥିବା ବେଳେ ବାହାରୁ ପନିପରିବା ଆସୁଥିବାରୁ ପନିପରିବା ଦର ବୃଦ୍ଧି ପାଉଛି। ଅପରପକ୍ଷରେ ଶୀତଳ ଭଣ୍ଡାର ନ ଥିବାରୁ ଜିଲାର ଚାଷୀ ନିଜର ଉପତ୍ାଦିତ ପନିପରିବା ସଂରକ୍ଷିତ ରଖି ପାରୁ ନ ଥିବା ବେଳେ ଉଚିତ୍‌ ମୂଲ୍ୟ ପାଇ ନ ଥାଏ। ପନିପରିବା ଦର ବୃଦ୍ଧି ରୋକିବା ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri