ପୁଣି ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୨୪।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୬୦ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ ୩୨୫.୭୧ ପଏଣ୍ଟ ବୃଦ୍ଧି ପାଇ ୬୦୨୧୧,୦୭ରେ ପହଞ୍ଚିଛି। ଅନ୍ୟପକ୍ଷରେ, ନିଫ୍ଟି ୯୩.୩୦ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ୧୭,୯୧୬.୩୦ରେ ପହଞ୍ଚିଛି। ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ଷ୍ଟାକ୍‌ ମାର୍କେଟ ରେକର୍ଡ ଭାଙ୍ଗି ପ୍ରଥମ ଥର ପାଇଁ ସେନସେକ୍ସ ୫୮ ହଜାର ଅତିକ୍ରମ କରିଥିଲା।

Share