ଇଟାଲୀରେ ହିମସ୍ଖଳନ: ୬ ମୃତ

ରୋମ୍‌,୫।୭: ଇଟାଲୀ ଆଲପ୍ସ ପର୍ବତ କ୍ଷେତ୍ରର ମାରମୋଲାଡା ପାର୍ବତ୍ୟାଞ୍ଚଳରେ ରବିବାର ହିମସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ୮ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବେଲୁନୋ, ଟ୍ରେଭିସୋ, ଟ୍ରେଣ୍ଟୋ ଏବଂ ବୋଲଜାନୋର ଡାକ୍ତରଖାନରେ ଆହତମାନଙ୍କ ଚିକିତ୍ସା ଜାରି ଥିବା ଭେନେଟୋ ରାଷ୍ଟ୍ରପତି ଲୁକା ଗିୟା କହିଛନ୍ତି। ହିମସ୍ଖଳନ ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପକ୍ଷରୁ ରେସ୍କ୍ୟୁ ଅପରେଶନ୍‌ ଜାରି ରହିଛି। ତାପମାତ୍ରା ବୃଦ୍ଧି କାରଣରୁ ୩,୩୦୦ ମିଟର ଉଚ୍ଚତା ବିଶିଷ୍ଟ ମାରମୋଲାଡା ପର୍ବତରେ ହିମ ସ୍ଫଳନ ହୋଇଥିବା କୁହାଯାଉଛି। ରେସ୍କ୍ୟୁ ଅପରେଶନ୍‌ ଠିକ୍‌ ଭାବେ ସମ୍ପାଦିତ ହେଉଥିବାବେଳେ ମାରମୋଲାଡାରେ ପୁଣିଥରେ ହିମସ୍ଖଳନ ହେବା ଆଶଙ୍କା କରାଯାଉଛି।

Share