ବାହାଘର

ଡ. ନାରାୟଣ ମହାନ୍ତି

 

ସେଦିନ ଅଧ୍ୟକ୍ଷ ଭଗବାନ୍‌ ଦାସ ଓରଫ ଦାସେଙ୍କ ମନ ଭାରି ଖୁସି ଥିଲା। କାରଣ ଏକକାଳୀନ ୧୫ ଜଣ ଅଧ୍ୟାପକ ଅଧ୍ୟାପିକା ସେଦିନ ତାଙ୍କ କଲେଜରେ ଯୋଗଦାନ କରିଥିଲେ। ଏମାନେ ସମସ୍ତେ ଲୋକସେବା ଆୟୋଗ ଦ୍ୱାରା ମନୋନୀତ ହୋଇ ନୂତନ ନିଯୁକ୍ତି ପାଇଥିଲେ। ପୂର୍ବରୁ ଅଧ୍ୟାପକ ଅଭାବ ଯୋଗୁ କଲେଜ ପରିଚାଳନାରେ ଅଧ୍ୟକ୍ଷ ଦାସେ ଖୁବ୍‌ ହିନସ୍ତା ହେଉଥିଲେ।
ନୂଆକରି ଯୋଗ ଦେଇଥିବା ଯୁବବର୍ଗଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସୋନାଲି ସୋନାଲିସା ପ୍ରାୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ। କାରଣ ସେ ରୂପବତୀ ଥିଲେ; ତାଙ୍କର ଯୌବନ ଥିଲା। ସେ ଉଚ୍ଚକୁଳରେ ଜାତ ହୋଇଥିଲେ। ସର୍ବୋପରି ତାଙ୍କଠାରେ ବିଦ୍ୟାବୁଦ୍ଧି ଭରି ରହିଥିଲା। ତାଙ୍କର ପିତା ଦାସେଙ୍କର ପୂର୍ବ ପରିଚିତ ଥିଲେ।
ପ୍ରାୟ ତିନିମାସ ପରେ ଦିନେ ଅପରାହ୍ଣରେ ନବନିଯୁକ୍ତ ଅଧ୍ୟାପକ ଡ.ବିଜୟ ନାଥ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ଲେ। ‘ସାର୍‌, ମୁଁ ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କଥା କହିବାକୁ ଆସିଛି,’ ସେ ନୀରବ ରହିଲେ। ତାଙ୍କ ପାଟିରୁ ଆଉ କଥା ସ୍ଫୁରିଲା ନାହିଁ। ଏହା ଲକ୍ଷ୍ୟ କରି ଦାସେ ଅଭୟବାଣୀ ଶୁଣାଇଲେ, ‘ଏ କଲେଜ ଏକ ପରିବାର; ଅଧ୍ୟକ୍ଷ ଭାବରେ ମୁଁ ଏହି ପରିବାରର ମୁଖ୍ୟ। ଯାହା କହିବାର ଖୋଲାଖୋଲି କୁହନ୍ତୁ।’ ରହିରହି ଡକ୍ଟର ନାଥ ବୋଲିଲେ, ‘ମୁଁ ଅଧ୍ୟାପିକା ସୋନାଲିଙ୍କୁ ବିବାହ କରିବାକୁ ଚାହୁଁଛି।’ ‘ପୁଅଝିଅ ଥିଲେ ବିବାହ ପ୍ରସ୍ତାବ ପଡ଼େ। ଏଥିରେ କିଛି ନୂତନତା ନାହିଁ’, କହି ଦାସେ ସୋନାଲିଙ୍କ ବାପାଙ୍କୁ ଫୋନ ଲଗାଇଲେ। ଭଲମନ୍ଦ କଥା ହେଲାପରେ କହିଲେ, ‘ମୁଁ ସୋନାଲିର ଏକ ବିବାହ ପ୍ରସ୍ତାବ ପକାଇବାକୁ ଚାହୁଁଛି।’ ଉତ୍ତର ଆସିଲା, ‘ଝିଅର ବାହାଘର ସମ୍ପର୍କରେ ମୋର କିଛି କହିବାର ନାହିଁ। ସେ ଯେଉଁଠି ହଁ ଭରିବ ମୁଁ ସେଠି ବାହାଘର କରିବି। ତେଣୁ ଆପଣ ତା’ ସଙ୍ଗେ କଥା ହୁଅନ୍ତୁ।’ ପରଦିନ ଅଧ୍ୟକ୍ଷ ପଦାର୍ଥ ବିଜ୍ଞାନ ବିଭାଗରେ ପହଞ୍ଚତ୍ ସୋନାଲିଙ୍କ ଆଗରେ ବିବାହ ପ୍ରସ୍ତାବ ଉତ୍‌ଥାପନ କଲେ। ସେ କିନ୍ତୁ ସମାନ ପାହ୍ୟାର ବ୍ୟକ୍ତିଙ୍କୁ ବିବାହ କରିବେ ନାହିଁ ବୋଲି ଜଣାଇ ଦେଇଥିଲେ।
ପରେ ଅବଶ୍ୟ ଅଧ୍ୟକ୍ଷ ଭଗବାନ୍‌ ଦାସ ସୋନାଲିଙ୍କ ପାଇଁ ଆଉ ତିନିଟି ବିବାହ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ସର୍ବପୁରାତନ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର, ଏକ ଖ୍ୟାତନାମା ବହୁରାଷ୍ଟ୍ରୀୟ କମ୍ପାନୀର ପଦସ୍ଥ ଇଞ୍ଜିନିୟର ଓ ରାଜ୍ୟର ଜଣେ ଉଦୀୟମାନ କୋଟିପତି ‘ବିଲ୍‌ଡର’ଙ୍କ ସହ ସେ ପ୍ରସ୍ତାବ ପକାଇଥିଲେ। ମାତ୍ର ସୋନାଲି ଭିନ୍ନ ଭିନ୍ନ ଆଳ ଦେଖାଇ ଏହି ପ୍ରସ୍ତାବଗୁଡ଼ିକୁ ଏଡ଼ାଇ ଯାଇଥିଲେ। ଖାଲି ଯେ ଅଧ୍ୟକ୍ଷ ଦାସ ସୋନାଲିଙ୍କ ବାହାଘର ପାଇଁ ପ୍ରସ୍ତାବ ଦେଉଥିଲେ ତାହା ନୁହେଁ; ଆହୁରି ଅନେକ ଶୁଭେଚ୍ଛୁ ମଧ୍ୟ ପ୍ରସ୍ତାବମାନ ଆଣୁଥିଲେ। ମାତ୍ର ଦାସେଙ୍କର ଚାରିଚାରିଟି ପ୍ରସ୍ତାବ କାର୍ଯ୍ୟକାରୀ ନ ହେବାରୁ ସେ ବିତୃଷ୍ଣ ହୋଇ ଏ ଦିଗରୁ ଧ୍ୟାନ ହଟାଇ ଦେଇଥିଲେ।
ହଠାତ୍‌ ଦିନେ ଅପରାହ୍ଣରେ ଅଧ୍ୟାପିକା ସୋନାଲି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ ତାଙ୍କ ହାତକୁ ଏକ ନିମନ୍ତ୍ରଣପତ୍ର ବଢ଼ାଇଦେଇ କହିଲେ, ‘ସାର୍‌, ପଅରଦିନ ମୋର ବାହାଘର। ଆପଣ ନିଶ୍ଚୟ ଆସିବେ।’ ନିମନ୍ତ୍ରଣପତ୍ରଟି ହାତରେ ଧରି ଉତ୍ସୁକତାର ସହ ଦାସେ ପଚାରିଲେ, ‘ତେବେ କାହା ସହିତ ବାହାଘର ଠିକ୍‌ ହେଲା?’ ‘ଆମ ବିଧାୟକଙ୍କ ସଙ୍ଗେ।’ ଚମକିପଡ଼ି ଦାସେ କହିଲେ, ‘ଆମ ବିଧାୟକ ତ ବିବାହିତ। ତାଙ୍କର ଦୁଇଟି ପିଲା ଅଛନ୍ତି।’ ସୋନାଲି ସ୍ପଷ୍ଟୀକରଣ ଦେଲେ, ‘ସାର୍‌, ଇତିମଧ୍ୟରେ ବିଧିବଦ୍ଧ ଭାବେ ଛାଡ଼ପତ୍ର କାମ ସରିଯାଇଛି। ଆମ ବିବାହରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।’ ଦାସେଙ୍କ ପାଟିରୁ ବାହାରିପଡ଼ିଲା, ‘ଶେଷରେ ଦୋବେଇ ବର…’
ସାମାନ୍ୟ ଚିହିଁକିଉଠି ସୋନାଲି କହିଲେ, ‘ସାର୍‌, ସମୟ ବଦଳିଯାଇଛି; ତା’ ସଙ୍ଗେ ତାଳଦେଇ ସମାଜ ବି ବଦଳିଯାଇଛି। ଆଗେ କୁହାଯାଉଥିଲା, ‘ଯାହାର ନାହିଁ ଅନ୍ୟ ଗତି, ସେ କରଇ ରାଜନୀତି।’ କିନ୍ତୁ ଆଜି ତ ଆଇ.ଏ.ଏସ୍‌. ଅଧିକାରୀମାନେ ବିଧାୟକ ବା ସାଂସଦ ହେବା ପାଇଁ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଉଛନ୍ତି। ପୁଣି ନାମକରା ଚଳଚ୍ଚିତ୍ର ଅଭିନେତ୍ରୀମାନେ ତ ବିଧାୟକ ବା ସାଂସଦଙ୍କୁ ବିବାହ କରିବା ଲାଗି ଆଗଭର ହେଉଛନ୍ତି। ଆଜିର ବିଧାୟକମାନଙ୍କୁ କେବଳ ଆଗକାଳର ରାଜାମାନଙ୍କ ସହ ତୁଳନା କରାଯାଇପାରେ। ସେମାନଙ୍କଠାରେ ଅଖଣ୍ଡ କ୍ଷମତା ଅଛି; ପର୍ଯ୍ୟାପ୍ତ ସମ୍ପତ୍ତି ଅଛି; ଅସୀମ ବାହୁବଳ ଅଛି। ଧନ-ଜନ-ଗୋପ-ଲକ୍ଷ୍ମୀରେ ସେମାନଙ୍କ ଘର ପୂରିଯାଉଛି। ବିଧାୟକଙ୍କୁ ବିବାହ କଲେ ରାଜକୀୟ ପରିବେଶରେ ମହାଆରାମରେ ଜୀବନ ବିତିଯିବ।‘ ସାମାନ୍ୟ ରହି ସୋନାଲି କହିଲେ, ‘ଗୋଇନ୍ଦା ବିଭାଗର ପରାମର୍ଶକ୍ରମେ ଡେରିରେ ନିମନ୍ତ୍ରଣପତ୍ର ବାଣ୍ଟିଲି। ଏଥିଲାଗି କ୍ଷମା କରିବେ ଓ ନିଶ୍ଚୟ ଆସିବେ।’ ‘ନିଶ୍ଚୟ ଯିବି’, ବୋଲି ଅଧ୍ୟକ୍ଷ କହିଲେ। ଅଧ୍ୟାପିକା ସୋନାଲି ବିଦାୟ ନେଲେ। ଦାସେଙ୍କ ଦେହରୁ ଗମ୍‌ଗମ୍‌ ଝାଳ ବାହାରୁଥିଲା। ସେ ପଙ୍ଖା ଆଡ଼କୁ ଚାହିଁଲେ। ତାହା ଅବଶ୍ୟ ‘ଫୁଲ୍‌ ସ୍ପିଡ୍‌’ରେ ବୁଲୁଥିଲା। ନିଜକୁ କହିଲେ, ‘କେତେ ଦ୍ରୁତ ପରିବର୍ତ୍ତନ ସତେ!’
-ପ୍ରାଧ୍ୟାପକ, ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ଜେକେବିକେ ସରକାରୀ କଲେଜ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ...

ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ।...

ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ...

ବୈବାହିକ ସମ୍ପର୍କରେ ତିକ୍ତତା

ବାହାଘରର କିଛି ମାସ ପରେ ଆମେ ଶୁଣୁଛୁ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହେଉଛି ଓ ସେମାନେ ଡିଭୋର୍ସ ଫାଇଲ କରିଛନ୍ତି। ଏଭଳି ପରିସ୍ଥିତି ଉଭୟ ଲଭ...

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର...

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ,...

ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image