Categories: ଫୁରସତ

ଖବରକାଗଜ ଫଟୋରୁ ପ୍ରେମ ପରେ ବିବାହ

ଟ୍ରିନଟନ୍‌: ପ୍ରେମ କେଉଁଠାରେ କାହାକୁ ବି ହୋଇପାରେ। ପ୍ରେମ ବୟସ, ଜାତି, ଧର୍ମ ଦେଖି ନ ଥାଏ। ନିକଟରେ ଏପରି ଏକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଯୁବତୀ ଖବରକାଗଜରୁ ଯୁବକଙ୍କ ଫଟୋ ଦେଖି ଫେସବୁକ୍‌ରେ ତାଙ୍କୁ ଖୋଜି ପରେ ବିବାହ କରିଛନ୍ତି। ଏବେ ସେମାନଙ୍କର ୪ଟି ସନ୍ତାନ ରହିଛନ୍ତି। ନିକଟରେ ଦୁହେଁ ତାଙ୍କ କାହାଣୀ ଶେୟାର କରିଛନ୍ତି। ରିପୋର୍ଟ ମୁତାବକ, ୪୨ ବର୍ଷୀୟା ଏଭିଗେଲ ଆଦମ୍‌ କହିଛନ୍ତି, ତାଙ୍କର ବ୍ରେକ୍‌ଅପ୍‌ ପରେ ସେ ବହୁତ ଉଦାସ ଥିଲେ। ଦିନେ ସେ ଘର ବାହାରେ ଚା’ ପିଉଥିବାବେଳେ ତାଙ୍କ ନଜର ଖବରକାଗଜ ଉପରେ ପଡ଼ିଲା। ଖବରକାଗଜ ପଢ଼ିବା ବେଳକୁ ସେଥିରେ ଟମ୍‌ ସଜାକିଙ୍କ ବାବଦରେ ଲେଖାଥିଲା। ସେ ନିକଟରେ ନିଜର ଏକ ରିସାଇକିଲିଂ କମ୍ପାନୀ ଆରମ୍ଭ କରିଥିଲେ। ଟମ୍‌ଙ୍କୁ ଦେଖି ଏଭିଗେଲ ପସନ୍ଦ କରିବାକୁ ଲାଗିଲେ। ପରେ ସେ ଟମ୍‌ଙ୍କୁ ଖୋଜିବାକୁ ପ୍ରୟାସ କଲେ। ସେ ତାଙ୍କୁ ସୋସିଆଲ ମିଡିଆରେ ଖୋଜିବା ପରେ ପାଇଗଲେ। ପରେ ଦୁହିଙ୍କ କଥାବର୍ତ୍ତା ଆରମ୍ଭ ହେଲା। ଉଭୟ ମିଶି ଆମେରିକାର ବହୁ ଜାଗା ବୁଲିଲେ। ଏହାର ୨ ବର୍ଷ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏବେ ସେମାନଙ୍କର ୪ଟି ସନ୍ତାନ ରହିଛନ୍ତି। ନ୍ୟୁଜର୍ସିର ବାସିନ୍ଦା ଏଭିଗେଲ ଜଣେ ଜୁଏଲେରି ଡିଜାଇନର। ସେ କହିଛନ୍ତି, ତାଙ୍କର ପୂର୍ବ ସମ୍ପର୍କ ଭାଙ୍ଗିଯିବା ନେଇ ବେଶ୍‌ ଖୁସି ଅଛନ୍ତି। ତାହା ପରେ ଉପହାର ଭାବେ ଟମ୍‌ ମିଳିଲେ।

Share