୨୫ ବର୍ଷ ବୟସରେ ବିବାହ, ପରେ ମା’: ପକାଇଥିଲା ମଲାଇକାଙ୍କ ଜୀବନରେ କି ପ୍ରଭାବ

ଅଭିନେତ୍ରୀ ମଲାଇକା ଅରୋରା ଇଣ୍ଡଷ୍ଟ୍ରିରେ କାମ କରିବା ସହିତ ଫିଟନେସ ଏବଂ ଗ୍ଲାମରସ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ବୃତ୍ତିଗତ ଜୀବନ ସହିତ, ମଲାଇକା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ୨୫ ବର୍ଷ ବୟସରେ ଅରବାଜ ଖାନ୍‌ଙ୍କୁ ବିବାହ କରିଥିଲେ। ତାଙ୍କ ସହ ଛାଡପତ୍ର ପରେ ମଲାଇକା ଅର୍ଜୁନ କପୁରଙ୍କ ସହ ଥିବା ସମ୍ପର୍କକୁ ନେଇ ଆଲୋଚନାରେ ରହିଛନ୍ତି। ମଲାଇକା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି । ନିକଟରେ ଏକ ପୋଡକାଷ୍ଟରେ, ଯେତେବେଳେ ମଲାଇକାଙ୍କୁ ତାଙ୍କ କ୍ୟାରିୟରରେ ତାଙ୍କ ବିବାହର ପ୍ରଭାବ ବିଷୟରେ ପଚରାଯାଇଥିଲା, ସେତେବେଳେ ଅଭିନେତ୍ରୀ ସିଧାସିଧା ଉତ୍ତର ଦେଇଥିଲେ।

ନିକଟରେ ଏକ ପୋଡକାଷ୍ଟରେ ମଲାଇକା କହିଛନ୍ତି, ‘ସ୍ବଭାବିକ ଭାବରେ ସେ ବିବାହ ପରେ ମଧ୍ୟ ଗ୍ଲାମରସ ରହିଆସିଥିଲେ ଏବଂ ଗର୍ଭଧାରଣ ପରେ ମଧ୍ୟ ସେ ନିଜକୁ ଗ୍ଲାମରସ ରଖିଥିଲେ। ଯେତେବେଳେ ଏହି ପୋଡକାଷ୍ଟ ସମୟରେ ମଲାଇକାଙ୍କୁ ପଚରାଗଲା ତୁମେ ଏହା କିପରି କଲ ଏବଂ ବିବାହ ତୁମର କ୍ୟାରିଅରକୁ ପ୍ରଭାବିତ କଲା କି? ଏହି ପ୍ରଶ୍ନର ଉତ୍ତର ଦେଇ ମଲାଇକା କହିଛନ୍ତି, “ମୋର ଉତ୍ତର ନାଁ ହେବ, ଏହା ବିବାହରେ କୌଣସିି ପ୍ରତିବନ୍ଧକ ନୁହେଁ, ମୁଁ ଏହାର ପ୍ରମାଣ ଅଟେ।

ଅଭିନେତ୍ରୀ ମଲାଇକା ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ବିବାହ କଲି କିମ୍ବା ଯେତେବେଳେ ମୁଁ ମା’ ହେବାକୁ ନିଷ୍ପତ୍ତି ନେଇଥିଲି, ସେତେବେଳେ ମୋର ବୃତ୍ତିଗତ ଜୀବନ ଉପରେ ଏହାର କୌଣସି ପ୍ରଭାବ ପଡି ନଥିଲା। ବର୍ତ୍ତମାନ ଅବଶ୍ୟ ଏହା ବଦଳିଛି। ମହିଳାମାନେ ବିବାହିତ ହୋଇ ମଧ୍ୟ କାମ କରୁଛନ୍ତି।

Share