Categories: ଫୁରସତ

ଜୀବନ ସାରା ଲିଭ୍‌ ଇନ୍‌ରେ ରହି ବି ହୋଇ ପାରୁନି ବିବାହ…

ରାଞ୍ଚି: ଝାଡଖଣ୍ଡରେ ପାଖରେ ଟଙ୍କା ନ ଥିବାରୁ ଅନେକ ଜନଜାତି ସମ୍ପ୍ରଦାୟର ଲୋକେ ଏକାଠି ଲିଭ୍‌ ଇନ୍‌ରେ ରହୁଥିଲେ ମଧ୍ୟ ବିବାହ କରି ପାରୁ ନାହାଁନ୍ତି। ଜୀବନ ସାରା ଲିଭ୍‌ ଇନ୍‌ରେ ପିଲା ଛୁଆ ବଡ଼ ହୋଇ ଯାଉଛନ୍ତି। ସେମାନଙ୍କର ବିବାହ ହୋଇ ଯାଉଛି। ମାତ୍ର ମାତାପିତାଙ୍କର ବିବାହ ହୋଇ ପାରୁନି। ସେମାନଙ୍କର ଅସୁବିଧା ସମ୍ପର୍କରେ ଅବଗତ ହୋଇ ଏଠାରେ ସାମାଜିକ ସେବା ଜାରି ରଖିଥିବା କେତେକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଭଳି ଲୋକଙ୍କର ବିବାହ କରାଯାଉଛି। ୨୦୧୬ରେ ଏଭଳି ୨୧ ଜଣଙ୍କର ବିବାହ କରାଯାଇଥିବାବେଳେ ୨୦୧୭ରେ ୪୩ ଏବଂ ୨୦୧୮ରେ ୧୩୨ଜଣଙ୍କ ବିବାହ କରାଯାଇଛି। ବେଦୀରେ ଏଭଳି ଲୋକେ ନାତୁଣୀ ନାତିଙ୍କ ମେଳରେ ବସି ବିବାହ କରୁଛନ୍ତି। ତେବେ ସରକାରଙ୍କ କେତେକ ପଦକ୍ଷେପ ଯୋଗୁ ଏବେ ଏଭଳି ଲୋକଙ୍କ ପାଇଁ ବଞ୍ଚିବାର ନୂଆ ରାହା ଖୋଲିଛି।

Share