Categories: ଫୁରସତ

ସ୍ତ୍ରୀଙ୍କୁ ସର୍‌ପ୍ରାଇଜ ଦେବାକୁ ହାତରେ ମ୍ୟାରେଜ୍‌ ସାର୍ଟିଫିକେଟ ଟାଟୁ

ବ୍ୟାଙ୍କକ: ପ୍ରେମୀଯୁଗଳ ତାଙ୍କ ପ୍ରେମ ପାଇଁ ଭାଲେଣ୍ଟାଇନ୍‌ ଡେ’ରେ ବିଭିନ୍ନ ପ୍ରକାର ଖାଦ୍ୟ କିମ୍ବା ଅନ୍ୟ ସାମଗ୍ରୀ ଗିଫ୍ଟ ଆକାରରେ ଦେଇଥାନ୍ତି। ତେବେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ସର୍‌ପ୍ରାଇଜ ଦେବା ପାଇଁ ଏକ ଉପାୟ ଅବଲମ୍ବନ କରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଥାଇଲାଣ୍ଡର ସରାବୁଲି ସହରର ଜଣେ ଟାଟୁ ଆର୍ଟିଷ୍ଟ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ହାତରେ ଏକ ସାର୍ଟିଫିକେଟର ଟାଟୁ ହୋଇଥିବା ଦେଖାଯାଉଛି। ଦମ୍ପତିଙ୍କ ବିବାହକୁ ୮ ବର୍ଷ ପୂରିଥିବାବେଳେ ସ୍ତ୍ରୀଙ୍କୁ ଭାଲେଣ୍ଟାଇନ୍‌ ସର୍‌ପ୍ରାଇଜ ଦେବା ପାଇଁ ସ୍ବାମୀ ନିଜ ହାତରେ ତାଙ୍କ ମ୍ୟାରେଜ୍‌ ସାର୍ଟିଫିକେଟକୁ ଟାଟୁ କରିଦେଇଛନ୍ତି। ତେବେ ଏହା କରିବାକୁ ଟାଟୁ ଆର୍ଟିଷ୍ଟକୁ ୮ ଘଣ୍ଟା ସମୟ ଲାଗିଥିଲା। ସ୍ବାମୀଙ୍କ ହାତରେ ଏପରି ଟାଟୁ ଦେଖି ସ୍ତ୍ରୀ ବହୁତ ଖୁସି ହୋଇଥିଲେ। ଏହି ଟାଟୁ ସେମାନଙ୍କ ପ୍ରେମର ପ୍ରତୀକ ବୋଲି ସେ କହିଛନ୍ତି।

Share