ରାୟପୁର,୨୫।୩ : ବିବାହ ପୂର୍ବରୁ ଚୁକ୍ତିନାମା, ଯେଉଁଥିରେ ସର୍ତ୍ତ ରଖାଯାଇଛି ଯେ ସ୍ତ୍ରୀ ମାତୃତ୍ୱରୁ ବଞ୍ଚିତ ହେବେ । ଅର୍ଥାତ ନିଜର ସନ୍ତାନ ପ୍ରସବ କରିବେ ନାହିଁ। ଏପରି ସର୍ତ୍ତ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହା ଅମାନବୀୟ। ହିନ୍ଦୁ ଆଇନରେ ବିବାହ ଏକ ସଂସ୍କାର ଏବଂ ଚୁକ୍ତି ନୁହେଁ। ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇଁ ସ୍ବାମୀଙ୍କ ଆବେଦନକୁ ଖାରଜ କରିବା ହାଇକୋର୍ଟ ଏହି ରାୟ ଦେଇଛନ୍ତି।
ଜଷ୍ଟିସ ଗୌତମ ଭାଦୁରୀ ଏବଂ ଜଷ୍ଟିସ ଏନ.କେ ଚନ୍ଦ୍ରବଂଶୀ କହିଛନ୍ତି ଯେ ଯୌନ ସମ୍ପର୍କ ରଖିବାକୁ ସ୍ତ୍ରୀ ଇଚ୍ଛା ପ୍ରକାଶ କରିବା ଏକ ସାଧାରଣ ପାରିବାରିକ ଘଟଣା। ତେବେ ଏହାକୁ ସ୍ବାମୀଙ୍କ ପ୍ରତି କ୍ରୁରତା କୁହାଯାଇପାରିବ ନାହିଁ ।