ଚାଇନାରେ ବିବାହ କମିଛି

ବେଜିଂ,୧୩।୬: ଚାଇନା ଜନସଂଖ୍ୟା କମିବା ଯୋଗୁ ବିବାହ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ଦେଶରେ ସବୁଠୁ କମ୍‌ ସଂଖ୍ୟକ ଲୋକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚାଇନାର ସାଧାରଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଗତବର୍ଷ ୬.୮ ନିୟୁତ ଲୋକ ବିବାହ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ୨୦୨୧ରେ ମୋଟ ୭.୬୩ ନିୟୁତ ଲୋକ ନଁା ରେଜିଷ୍ଟର କରିଥିଲେ। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ଅନେକ ଲୋକ ଚିନ୍ତାଗ୍ରସ୍ତ ହୋଇପଡ଼ିବାରୁ ବିବାହ ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ ଜନସଂଖ୍ୟା ହ୍ରାସ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଗତବର୍ଷ ପ୍ରତି ହଜାରେ ଉପରେ ଜନ୍ମହାର ସର୍ବନିମ୍ନ ୬.୭୭କୁ ହ୍ରାସ ପାଇଥିଲା। ୨୦୨୧ରେ ଏହି ସଂଖ୍ୟା ୭.୫୨ ଥିଲା।

Share