୪ରେ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା ଅକ୍ଟୋବର ୪ରେ ପ୍ରେମିକ ଅଲ୍ଲୀ ଫଜଲ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ମୁମ୍ବାଇରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ। ବାହାଘର ପରେ ପରିବାର, ବନ୍ଧୁ ଏବଂ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ରିସେପ୍‌ଶନ୍‌ ପାର୍ଟିର ଆୟୋଜନ କରାଯିବାର ଯୋଜନା ରହିଛି। ତେବେ ମୁମ୍ବାଇର କେଉଁଠାରେ ବିବାହ ଅନୁଷ୍ଠିତ ହେବ, ସେ ନେଇ କୌଣସି ସୂଚନା ମିଳିନାହିଁ। ରିଚାଙ୍କ ବାହାଘର ପାଇଁ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ଫଙ୍କଶନ୍‌ ସବୁ ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ। ୩ଟି ପ୍ରିଓ୍ବେଡିଂ ଫଙ୍କଶନ୍‌ରେ କକ୍‌ଟେଲ୍‌, ସଙ୍ଗୀତ ଏବଂ ମେହେନ୍ଦି ସେରିମନିକୁ ସାମିଲ କରାଯାଇଛି। କେଉଁ ଡିଜାଇନ୍‌ର ପୋଷାକ ରିଚା ପିନ୍ଧିବେ ତାହା ଜଣାପଡ଼ି ନାହିଁ। ରାଜସ୍ଥାନର ପ୍ରସିଦ୍ଧ ପାରିବାରିକ ଗହଣା ବ୍ୟବସାୟୀ ଖାଜନଚିଙ୍କ ଡିଜାଇନର ଗହଣା ସେ ବିବାହରେ ପିନ୍ଧିବେ। ବିକାନିରରେ ୧୭୫ ବର୍ଷ ଏହି ପରିବାର ଗହଣା ବ୍ୟବସାୟ କରିଆସୁଛନ୍ତି। ବିବରହ ନେଇ ରିଚା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ, ନୂଆ ଜୀବନ ଆରମ୍ଭ କରିବାକୁ , ଅକ୍ଟୋବର ପାଇଁ ଆଉ ଅପେକ୍ଷା କରିହେଉ ନାହିଁ। ଗତ ୨୦୨୦ରେ ରିଚାଙ୍କ ବାହାଘର ହେବାକୁ ଥିବାବେଳେ କୋଭିଡ୍‌ ପାଇଁ ଏଥିରେ ବିଳମ୍ବ ହୋଇଥିଲା। ୨୦୧୨ରେ ରିଲିଜ୍‌ ହୋଇଥିବା ମଲ୍ଟି ଷ୍ଟାରର୍‌ ଫିଲ୍ମ ଫୁକରେରେ ଅଲ୍ଲୀ ଓ ରିଚା ଏକାଠି କାମ କରିଥିଲେ। ଏହାପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Share