Categories: ଫୁରସତ

୪୩ ବର୍ଷରେ ୫୩ ଜଣଙ୍କୁ ବିବାହ

ରିୟାଧ: ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ସାଉଦିର ଜଣେ ୬୩ ବର୍ଷୀୟ ବୃଦ୍ଧ ୪୩ ବର୍ଷ ଭିତରେ ୫୩ ମହିଳାଙ୍କୁ ବିବାହ କରିଛନ୍ତି। ଅବୁ ଅବଦୁଲ୍ଲାହ ନାମକ ଏହି ବୃଦ୍ଧ ସ୍ଥାନୀୟ ଗଣମାଧ୍ୟମ ଏମ୍‌ବିସି ଚ୍ୟାନେଲରେ ସାକ୍ଷାତ୍‌କାର ଦେବା ସମୟରେ ଏକାଧିକ ବିବାହ ସମ୍ପର୍କରେ କହିଛନ୍ତି। ପ୍ରଥମ ବିବାହ ପରେ ସ୍ତ୍ରୀଙ୍କ ସହ ବେଶ୍‌ ଖୁସିରେ ଅବୁ ଦିନ କାଟୁଥିଲେ। ପ୍ରଥମ ସ୍ତ୍ରୀ ତରଫରୁ ତାଙ୍କର ସନ୍ତାନ ମଧ୍ୟ ଜାତ ହେଲେ। କିନ୍ତୁ କିଛିଦିନ ପରେ ପାରିବାରିକ କହଳ କାରଣରୁ ବିବାହ ତାଙ୍କୁ ଠିକ୍‌ ଲାଗି ନ ଥିଲା, ଯାହାପରେ ସେ ୨୩ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ। ବିବାହ ପଛର କାରଣ ଶରୀରିକ ସମ୍ପର୍କ ନୁହେଁ ବରଂ ଶାନ୍ତି ପାଇବା ଆଶାରେ ସେ ଏକାଧିକ ମହିଳାଙ୍କୁ ବିବାହ କରିଥିବା କୁହନ୍ତି। କେବଳ ସାଉଦି ନୁହେଁ ବିଦେଶୀ ମହିଳାଙ୍କ ସହ ମଧ୍ୟ ଅବୁ ବିବାହ ରଚିଥିବା କହିଛନ୍ତି।

Share