ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ଫଳରେ ୨ ଦେଶର ଅନେକ କ୍ଷତି ହୋଇଛି। ତେବେ ଏଥିରେ ସାରା ବିଶ୍ୱ ମଧ୍ୟ ପ୍ରଭାବିତ ହୋଇଛି। ଦେଶକୁ ବଞ୍ଚାଇବା ପାଇଁ ୟୁକ୍ରେନର ଅନେକ ନାଗରିକ ନିଜ ପେସା ଛାଡି ସେନାରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ମୁତାବକ, ଦେଶକୁ ବଞ୍ଚାଇବା ପାଇଁ ନିଜ ମଡେଲିଂ କ୍ୟାରିୟରକୁ ପଛରେ ପକାଇ ଜଣେ ୩୭ ବର୍ଷୀୟା ମଡେଲ ଇଉଗେନିଆ ପ୍ରୋକୋପେଙ୍କୋ ସେନାରେ ଭର୍ତ୍ତି ହୋଇଥିଲେ। ଏବେ ମଧ୍ୟ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ତେବେ ଏହି ଯୁଦ୍ଧ ମଧ୍ୟରେ ସେହି ମଡେଲର ଜଣକ ତାଙ୍କ ସାଥୀ ସୈନ୍ୟଙ୍କୁ ବିବାହ କରିଥିବା ଜଣାପଡ଼ିଛି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।