Categories: ଜାତୀୟ

ଏଣିକି ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅ ପାଇବେ ଚାକିରି

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପର୍ସନାଲ ଡିପାର୍ଟମେଣ୍ଟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଯୋଗୀ ସରକାର ମୋହର ମାରିଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ଅବିବାହିତ ବା ବିବାହିତ ପୁଅକୁ କୋଟାରେ ଚାକରି ପ୍ରଦାନ କରାଯାଉଥିଲା । ତେବେ ଏବେ ବିବାହିତ ଝିଅଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି।

 

Share