Categories: ଫୁରସତ

ସାଥୀ ନ ପାଇ ନିଜକୁ ବାହାହେଲେ

ଲଣ୍ଡନ: ଅନେକେ ନିଜ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ସଞ୍ଚୟ ମଧ୍ୟ କରିଥାନ୍ତି। ହେଲେ ଜଣେ ମହିଳା ତାଙ୍କ ବିବାହ ପାଇଁ ଅନେକ ବର୍ଷ ଧରି ସଞ୍ଚୟ କରିଥିଲେ ମଧ୍ୟ ଉପଯୁକ୍ତ ସାଥୀ ନ ପାଇବାରୁ ସେ ନିଜକୁ ବିବାହକରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସ୍ବପ୍ନର ବାହାଘର ପାଇଁ ସେ ଦୀର୍ଘ ୨୦ ବର୍ଷ ଧରି ସଞ୍ଚୟ କରି ରଖିଥିବା ୧୦ ହଜାର ପାଉଣ୍ଡ ଅର୍ଥାତ୍‌ ୧୦ ଲକ୍ଷ ଟଙ୍କା ଏଥିରେ ଖର୍ଚ୍ଚ କରିଛନ୍ତି। ଇଂଲଣ୍ଡ ଫେଲିକ୍ସଷ୍ଟୋଇର ୪୨ ବର୍ଷୀୟା ସାରାହା ୱିଲକିନଶନ କ୍ରେଡିଟ୍‌ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରନ୍ତି। ସାରାହା ବହୁ ବର୍ଷ ଧରି ମନ ମୁତାବକ ସାଥୀଟିଏ ଖୋଜି ନ ପାଇବାରୁ ଶେଷରେ ସେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିଲେ। ଉତ୍ସବରେ ସେ ନିଜକୁ ଏକ ଡାଇମଣ୍ଡର ମୁଦି ପିନ୍ଧାଇଛନ୍ତି। ନିଜର ପ୍ରାୟ ୪୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ପାରମ୍ପରିକ ଶୈଳୀରେ ବିବାହ ସମ୍ପନ୍ନ କରିଥିଲେ। ଏଥିପାଇଁ ସେ ଏକ ସ୍ବତନ୍ତ୍ର କେକ୍‌ ବରାଦ ଦେଇଥିଲେ; ଯେଉଁଥିରେ ଜଣେ କନ୍ୟା ଏକ ବେଙ୍ଗକୁ କିସ୍‌ କରୁଥିବା ଦେଖାଯାଇଥିଲା।

Share