୪ ମାସ ତଳେ କରିଥିଲେ ବିବାହ : ନିଜ ବନ୍ଧୁକରୁ ଗୁଳିଫୁଟାଇ ଜୀବନ ହାରିଲେ ଯବାନ

ରାୟଗଡା ଅଫିସ,୨୮।୪: ୪ ମାସ ତଳେ ହୋଇଥିଲା ବିବାହ, ନୂଆ କରି ସ୍ବପ୍ନ ଦେଖୁଥିଲେ ସ୍ତ୍ରୀ , ଗଢ଼ି ଉଠିଥିଲା ସୁଖର ସଂସାର ହେଲେ କ୍ଷଣକରେ ସବୁ ଉଜୁଡି ଗଲା। ନିଜ ବନ୍ଧୁକରୁୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶିପୁର ବିଏସ୍‌ଏଫ୍‌ କ୍ୟାମ୍ପରେ। ମୃତ ଯବାନ ଜଣଙ୍କ ହେଲେ ବିଏସ୍‌ଏଫ୍‌ ୬୮ର ଯବାନ ଦିଲୀପ ମାଈ। ଆତ୍ମହତ୍ୟା କାରଣ ଜଣାପଡ଼ି ନଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛି ପୋଲିସ। ବୁଧବାର ମଧ୍ୟାହ୍ନ ସମୟରେ ଦିଲ୍ଲୀପ ନିଜ କ୍ୟାମ୍ପରେ ଥିବା ବେଳେ ହଠାତ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା। ସାଥୀ ଯବାନମାନେ ଦୌଡ଼ି ଯାଇ ଘଟଣାସ୍ଥଳରେ ଦିଲ୍ଲୀପଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Share