ମୁମ୍ବାଇ: ସବୁଠାରୁ ଛୋଟ ବଡିବିଲ୍ଡର ଭାବେ ମହାରାଷ୍ଟ୍ରର ପ୍ରତୀକ ବିଠଲ ମୋହିତ ୨୦୨୧ରେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡ ନିଜ ନାମରେ କରିପାରିଥିଲେ। ତାଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ ହୋଇଥିବାବେଳେ ସେ ନିକଟରେ ବିବାହ କରି ଲୋକଲୋଚନକୁ ଆସିଛନ୍ତି। ୨୮ ବର୍ଷୀୟ ପ୍ରତୀକ ଉଚ୍ଚତାରେ ଛୋଟ ହୋଇଥିଲେ ମଧ୍ୟ ପିଲାବେଳୁ ତାଙ୍କ ବଡିବିଲ୍ଡର ହେବାର ଇଚ୍ଛା ଶକ୍ତି ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ସେ ୨୦୧୨ରୁ ତାଙ୍କ ବଡିବିଲ୍ଡିଂ ଜୀବନ ଆରମ୍ଭ କରିଥିଲେ। ୨୦୧୬ ପର୍ଯ୍ୟନ୍ତ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ତାଙ୍କ ପରିବାର, ସାଙ୍ଗ ତାଙ୍କୁ ଏଥିରେ ସହାୟତା କରିବାରୁ ସେ ନିଜ ଉଦ୍ୟମ ଜାରି ରଖିଥିଲେ। ପ୍ରତୀକ ୪ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ୨୨ ବର୍ଷୀୟ ଜୟାଙ୍କୁ ମହାରାଷ୍ଟ୍ରର ରୀତିନୀତି ଅନୁସାରେ ବିବାହ କରିଛନ୍ତି।