ଇତିହାସରେ ପ୍ରଥମଥର, ଏବେ ମିସେସ ବି ହୋଇପାରିବେ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ,୨୨ ।୮: ମିସ୍ ୟୁନିଭର୍ସ ପେଜେଣ୍ଟରେ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଫଳରେ ଏବେ ବିବାହିତାମାନେ ବି ମିସ ୟୁନିଭର୍ସ ମୁକୁଟ ପିନ୍ଧି ପାରିବେ । ରିପୋର୍ଟ ଅନୁଯାୟୀ, ନୂଆ ଫର୍ମାଟ ୨୦୨୩ରେ ୭୨ ତମ ମିସ ୟୁନିଭର୍ସ ପେଜେଣ୍ଟରୁ ଆରମ୍ଭ କରାଯିବ । ଯେଉଁଥିରେ ବୈବାହିକ ଓ ମାତା-ପିତାଙ୍କ ସ୍ଥିତି ପ୍ରତିଯୋଗୀଙ୍କ ପାତ୍ରତା ପାଇଁ ଏକ ମାନଦଣ୍ଡ ହୋଇ ରହିବ ନାହିଁ । ନିୟମରେ କୁହାଯାଇଛି କି ଯେପର୍ଯ୍ୟନ୍ତ ମିସ ୟୁନିଭର୍ସର କାର୍ଯ୍ୟକାଳ ଶେଷ ନ ହୋଇଛି ଓ ନୂଆ ବିଜେତାଙ୍କୁ ମୁକୁଟ ପିନ୍ଧା ନ ଯାଇଛି, ସେପର୍ଯ୍ୟନ୍ତ ତାଙ୍କୁ ଅବିବାହିତ ରହିବାକୁ ପଡିବ ।

ସୂଚନାଯୋଗ୍ୟ, ପୂର୍ବରୁ ବିବାହିତା ବା ମା’ ହୋଇ ସାରିଥିବା ମହିଳାମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ପାରୁ ନ ଥିଲେ । ଏମିତିକି ପ୍ରତିଯୋଗୀତାର ବିଜେତାମାନେ ମଧ୍ୟ ନୂଆ ବିଜେତାଙ୍କ ନାମ ଘୋଷଣା ନ ହେବା ପର୍ଯ୍ୟନ୍ତ ବା ସେମାନଙ୍କ କାର୍ଯ୍ୟକାଳ ଶେଷ ନ ହେବା ପର୍ଯ୍ୟନ୍ତ ଜଣେ ବିଜୟିନୀ ଗର୍ଭବତୀ ହୋଇ ପାରିବେ ନାହିଁ ବୋଲି ନିୟମ ରହିଥିଲା । ହେଲେ ଏବେ ପରିବର୍ତ୍ତିତ ନିମୟ ସେହି ମହଳାମାନଙ୍କୁ ଆଶ୍ୱସ୍ତି ଦେଇଛି ଯେଉଁମାନେ ବିବାହ ପରେ ବା ମାଆ ହେବା ପରେ ମିସ୍ ୟୁନିଭର୍ସ କଣ୍ଟେଷ୍ଟରେ ଭାଗ ନେବାକୁ ଚାହୁଁଥିଲେ । ଏବେ ବିବାହିତ ମହିଳା ବି ନିଜ ନାମରେ ମିସ୍ ୟୁନିଭର୍ସ ଟାଇଟଲ ଜିତି ପାରିବେ ।
ମେକ୍ସିକାନ ମଡେଲ ତଥା ବିୟୁଟି ପେଜେଣ୍ଟ ଟାଇଟଲ ହୋଲଡର ଏଣ୍ଡ୍ରିଆ ମେଜା ଏହି ପରିବର୍ତ୍ତିତ ନିୟମକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ମୋତେ ଖୁସି ଲାଗୁଛି କି ଏମିତି ହେବାକୁ ଯାଉଛି । ସମୟ ବଦଳିବା ସହ ମହିଳାମାନେ ଏବେ ଲିଡରଶିପ ପୋଜିଶନରେ ରହିବା ଆରମ୍ଭ କଲେଣି । ଯେଉଁଠି ଅତୀତରେ କେବଳ ପୁରୁଷମାନେ ରହୁଥିଲେ । ହେଲେ ଏବେ ସମୟର ପରିବର୍ତ୍ତନ ହୋଇଛି । ମେଜା ଆହୁରି ମଧ୍ୟ କହିଛନ୍ତି, ଯେଉଁ ମହିଳାମାନେ କମ ବୟସରେ ବିବାହ କରିନେଇଛନ୍ତି ଓ ମାଆ ହୋଇଯାଇଛନ୍ତି, ସେମାନଙ୍କର ବି ଇଚ୍ଛା ରହିଛି ସେମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ । ଏବେ ସେମାନଙ୍କ ସ୍ୱପ୍ନ ସତ ହେବ । ବିବାହିତ ମହିଳା ଏବେ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଭାଗ ନେଇ ଏଣ୍ଟରଟେନମେଣ୍ଟ ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିପାରିବେ ଓ ଆଗକୁ ବଢି ପାରିବେ ।

Share