ଇମ୍ରାନଙ୍କୁ କଡ଼ା ସମାଲୋଚନା କଲେ ମରିୟମ

ଇସଲାମାବାଦ,୨ା୫: ପିଏମ୍‌ଏନ୍‌-ଏଲ୍‌ ନେତା ତଥା ଜାତୀୟ ସଭାର ସଦସ୍ୟ ମରିୟମ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଇମ୍ରାନଙ୍କ ଅପରିଣାମଦର୍ଶିତାକୁ ନେଇ ଦେଶର ଲୋକମାନେ ଅସୁବିଧା ଭୋଗ କରୁଛନ୍ତି। ଇମ୍ରାନଙ୍କ ଭୁଲ ନୀତି ଯୋଗୁ ଦେଶରେ ମୁଦ୍ରାସ୍ଫୀତି ବଢ଼ିଛି। ଏହି କାରଣରୁ ଦେଶରେ ବେକାରୀଙ୍କ ସଂଖ୍ୟା ମଧ୍ୟ ବହୁତ ବୃଦ୍ଧି ପାଇଛି।

ଇସଲାମାବାଦରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମରିୟମ କହିଛନ୍ତି, ପ୍ରଧାନମନ୍ତ୍ରୀ ଥିବାବେଳେ ଇମ୍ରାନ ତାଙ୍କ ଅଧିକାରର ଅପବ୍ୟବହାର କରିଛନ୍ତି। ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଏବଂ ଅନ୍ୟ ନେତାମାନଙ୍କୁ ପ୍ରଭାବିତ କରିବା ପାଇଁ କ୍ଷମତାର ସୁଯୋଗ ନେଇଥିଲେ।

Share